www.samajalive.in
Sunday, December 14, 2025
19.1 C
Bhubaneswar

ଭାଲୁ ଆକ୍ରମଣରେ ୩ ଗୁରୁତର, ଘଟଣା ସ୍ଥଳରେ ଉତ୍ତେଜନା

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ୩ଜଣ ଗୁରୁତର ଆହାତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ହେଲେ ଖିଲାରିପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପଇଦା ଓ ଅନ୍ୟ ଦୁଇ ଜଣ କୋଠାଘର ଗ୍ରାମର ବିରବର ମହାନ୍ତ ଓ ମଙ୍ଗୁଳୁ ବେହେରା ବୋଲି ଜଣାପଡିଛି। ପ୍ରଥମେ ଭାଲୁଟି ରାମଚନ୍ଦ୍ର ପଇଦାକୁ ଆକ୍ରମଣ କରିଥିଲା । ସେହି ରାସ୍ତା ଦେଇ ବିରବର ଓ ମଙ୍ଗୁଳୁ ବାରଟୁଣିଆ ଗ୍ରାମରୁ ବଳଦ କିଣି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଭାଲୁଟି ଆକ୍ରମଣ କରିଥିଲା। ବିରବର ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଳକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଥିବା ବେଳେ ବନ ବିଭାଗକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଖବର ପାଇ ପାଟଣା ପୁଲିସ ପହଞ୍ଚି ବୁଝାସୁଝା କରୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories