www.samajalive.in
Sunday, December 14, 2025
23.1 C
Bhubaneswar

ଜିଲା କଂଗ୍ରେସର ବିକ୍ଷୋଭ

ସମ୍ବଲପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସଂସଦରୁ ସଦସ୍ୟତା ରଦ୍ଦ କରାଯାଇଥିବା ଘଟଣାରେ ସମ୍ବଲପୁର ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କାର୍ଯ୍ୟାଳୟରୁ ଏକ ରାଲି ବାହାରି ଗୋଲବଜାର ଛକ ପର୍ଯ୍ୟନ୍ତ ଜିଲା ସଭାପତି ଅଶ୍ୱିନୀ ଗୁୁରୁଙ୍କ ନେତୃତ୍ୱରେ ଯାଇଥିଲା। ସେଠାରେ ରାହୁଲ ଗାନ୍ଧୀ ଘଟଣାରେ କେନ୍ଦ୍ର ସରକାରଙ୍କ ଅଗଣତାନ୍ତ୍ରିକ ଓ ଅସାମ୍ବଧାନିକ କାର୍ଯ୍ୟ କରିଛନ୍ତି ବୋଲି ବକ୍ତା ମାନେ କହିଥିଲେ। ଏହାର ଦୃଢ଼ ପ୍ରତିବାଦ ଆଗାମୀ ଦିନରେ କଂଗ୍ରେସ ତରଫରୁ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି। କାର୍ଯ୍ୟକ୍ରମରେ ନିରଞ୍ଜନ ତ୍ରିପାଠୀ, ପ୍ରେମ ପ୍ରକାଶ ସାହାଣୀ, ସୁତାପା ମିତ୍ର, ବିଜୟ ଲକ୍ଷ୍ମୀ ବେହେରା, ରଘୁମଣି ବାଗ, ରବି ରାଉତ, ଶିବବ୍ରତ ପ୍ରଧାନ, ମହମ୍ମଦ ମୁକ୍ତାର, ଅକବର ଚୌଧୁରୀ, ମହମ୍ମଦ ସଲିମ, ସଞ୍ଜିବ ଗର୍ଡ଼ିଆ, ଲକ୍ଷ୍ମୀ ଯାଦବ, ଗୀତା ଦୁବେ, ରଞ୍ଜିତା ମିଶ୍ର, ରାଜେଶ ମିଶ୍ର, ଜୟରାମ ବନିଆଁ, ଶ୍ରବଣ ମେହେର, ଜିତେନ ମହାନନ୍ଦ, ମୀନାକ୍ଷୀ ରାଉତ, ସୁଶ୍ମିତା ପଟ୍ଟନାୟକ, ଯଶବୀର ସିଂ, ସବିତା ହସ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories