www.samajalive.in
Sunday, December 14, 2025
23.1 C
Bhubaneswar

ଲୁହା ସାମଗ୍ରୀ ଚୋରି ମାମଲାରେ ୫ ଜଣ ଗିରଫ

ବୁର୍ଲା: ବୁର୍ଲା ଥାନା ଅର୍ନ୍ତଗତ ଚିପିଲିମା ଚାରପାଲି ନିକଟରେ ରହିଥିବା ମୋହିନି ରାଇସ ମିଲରୁ ଚୋରି ହୋଇଥିବା ବ୍ୟାପକ ପ୍ରାୟ ୩ ଟନ ଓଜନର ସାମଗ୍ରୀ ଚୋରୀ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌‌ କରି କୋର୍ଟକୁ ଚାଲାଣ କରିଛି। ସୁଚନା ମୁତାବକ, ମୋହିନି ରାଇସ ମିଲରୁ ଆଇରନ ରଡ଼ ଏବଂ ପୋଲଡ଼ିଙ୍ଗ ମେସିନକୁ ଏକ ଗେସ କଟରରେ କାଟିବା ପରେ ଚୋରି ନେଇଥିଲେ। ଏକ ବଲୋରେ ପିକ ଅଫରେ ଏହି ସାମଗ୍ରୀ ମାନଙ୍କୁ ନେଇ ଘଟଣା ସ୍ତଳରୁ ଫରାର ମାରିଥିଲେ ଦୁବୁର୍ତ୍ତ ଏହାକୁ ନେଇ ବୁର୍ଲା ଥାନାରେ ଗତ ୨୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲ। ମାମଲାକୁ ଆଧାର କରି ବୁର୍ଲା ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଗଠିତ ହୋଇ ଏହି ଘଟଣାର ଖିଅ ଖୋଜା ଚାଲିଥିଲା। ଏପରିକି ବୁର୍ଲା, ସମ୍ବଲପୁର, କ୍ଷେତ୍ରାଜପୁର ନିକଟରେ ରହିଥିବା ବିଭିନ୍ନ କବାଡ଼ି ଦୋକାନ ମାନଙ୍କ ଉପରେ ଛାପା ମରା ଅଭିଯାନ କରାଯାଇଥିଲା। ଏହାପରେ ବୁର୍ଲା ପୁଲିସ ଉକ୍ତ ଚୋରୀ ସାମଗ୍ରୀ ମାନଙ୍କୁ ଜବତ କରିବା ସହିତ ୧ରୁ୨ ଟନର ଲୁହା ରଡ଼, ଲୁହା ସ୍କ୍ରାଫ୍‌‌ ଫୋଲଡ଼ିଙ୍ଗ ମେସିନ(୧ ଟନ), ମହିନ୍ଦ୍ର ପିକ ଅଫ୍‌‌ ଭ୍ୟାନ ନମ୍ବର ଓଡ଼ି୧୭ଏଫ୍‌‌-୩୧୪୮ ଏବଂ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ୍‌‌ କରିବାରେ ସଫଳ ହୋଇଥିଲା। ଗିରଫ୍‌‌ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଆମ୍ବସଢ଼ା କଣ୍ଟାପାଲିର ଆହାନ ସେଖ୍‌‌(୨୦) ଓରଫ୍‌‌ ଫର୍ଦିନ, ମାର୍କେଟର ରାଜକୁମାର ପ୍ରସାଦ ଗୁପ୍ତା(୨୯) ଓରଫ୍‌‌ ଜିମ୍ମି, କଣ୍ଟାପାଲିର ସମୀର ପ୍ରଧାନ(୩୬), ମହତାବନଗରର ପିତବାସ ଦେହୁରୀ(୪୨) ଏବଂ ଲକ୍ଷ୍ମୀଡ଼ୁଙ୍ଗ୍ରୀ ଅଞ୍ଚଳର ଅସ୍ପାକ ଏହେମଦ(୩୦) ଓରଫ୍‌‌ ଗୋଲ୍ଡି ଆଦି ୫ ଜଣଙ୍କୁ ଗିରଫ୍‌‌ କରି କୋର୍ଟକୁ ଚାଲାଣ କରାଯାଇଥିବା ବୁର୍ଲା ଥାନାଧିକାରୀ ସୁଶାନ୍ତ କୁମାର ଦାସ ଏକ ପ୍ରେସ ବିବୃତିରେ ସୁଚନା ଦେଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories