www.samajalive.in
Saturday, December 13, 2025
26.1 C
Bhubaneswar

ଅଟୋ ଧକ୍କାରେ ଆଇନଜୀବୀ ଓ ତାଙ୍କ ସ୍ତ୍ରୀ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଲlଦେର ପାଲି କାଣ୍ଡ ପାଲି ଛକରେ ବରଗଡ଼ ବେହେରା ଟିକ୍ରା ୱାର୍ଡ ନଂ ୨ର ଆଇନଜୀବୀ ଅନିଲ ବେହେରା ତାଙ୍କ ସ୍ତ୍ରୀ ସୁନୀତା ବେହେରାଙ୍କ ସହିତ ସମ୍ବଲପୁର ଅଭିମୁଖେ ଏକ ବାଇକରେ ଯାଉଥିବା ବେଳେ ଲାଦେର ପାଲି ଛକ ଠାରେ ପଛପଟୁ ଆସୁଥିବା ଏକ ଫଳ ବୋଝେଇ ଅଟୋ ଧକ୍କା ଦେଇ ପୁଣି ଡିଭାଇଡରରେ ବlଡେଇ ହୋଇ ଥିଲା। ଫଳରେ ବାଇକରେ ଥିବା ସ୍ୱାମୀ ସ୍ତ୍ରୀ ଉଭୟେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସକୁ ଡ଼କାଇ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଚାହିଁଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚାଇବାରେ ବିଳମ୍ବ ହୋଇଥିଲା। ସୌଭାଗ୍ୟ ବଶତଃ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଗାଡ଼ିରେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବରଗଡ଼ର ବିକାଶ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କର ଚିକିତ୍ସା ଚାଲୁ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories