www.samajalive.in
Sunday, December 14, 2025
23.1 C
Bhubaneswar

ଠିକ ସମୟରେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ମହଲରେ ଉଦବେଗ

ପାଟଣା: ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ଅନ୍ତର୍ଗତ ତୋରାଣୀପୋଖରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଗତକାଲି ବାର୍ଷିକ ପରୀକ୍ଷା ଥିଲା। ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି। ୧୦ ଜଣ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଥିଲାବେଳେ ଏଠାରେ ଥିବା ପ୍ରଧାନ ଶିକ୍ଷକ ଅନ୍ୟତ୍ର ଡେପୁଟେସନରେ ଥିବା ଜଣାପଡିଛି। ତେବେ ଏଠାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତ୍ୟେକ ଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଭିଯୋଗ ମିଳିବା ପରେ କିଛି ସାମ୍ବାଦିକ ସ୍ଥିତି ପରଖିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ସକାଳ ୬.୩୦ ମିନିଟରୁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ପାଇଁ ବିଦ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଘଣ୍ଟେ ଦୁଇଘଣ୍ଟା ବିଳମ୍ବରେ ବିଦ୍ୟାଳୟ ପହଁଚିବା ଦେଖିବାକୁ ମିଳିଥିଲା। କେତେକ ଖବର ପାଇ ରାସ୍ତାରେ ଅଟକି ଯାଇଥିଲେ। ଶିକ୍ଷକ ମାନେ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ଦରମା ନେଉଥିଲେ ମଧ୍ୟ ଏହି ୫-ଟି ବିଦ୍ୟାଳୟରେ ନାମକୁ ମାତ୍ର ପାଠ ପଢ଼ା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories