www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ଘଟଣାର ସୁବର୍ଣ୍ଣ ଘଣ୍ଟା ଉପରେ ସଚେତନତା ଶୋଭାଯାତ୍ରା

ଭୁବନେଶ୍ବର: ପ୍ରତିବର୍ଷ ସଡକ ଟ୍ରାଫିକ୍ ଦୁର୍ଘଟଣାରେ ଓଡିଶା ନଂ୧ ଭାବରେ ଠିଆ ହୋଇଛି। ମୃତ୍ୟୁର ମୁଖ୍ୟ କାରଣ ଠିକ୍ ସମୟରେ ଡାକ୍ତରଖାନାରେ ନ ପହଞ୍ଚିବା କାରଣରୁ ଘଟିଥାଏ ଯେଉଁଠାରେ ଜଣେ ଡାକ୍ତର ରୋଗୀର ଚିକିତ୍ସା କରିପାରିବେ। ଦୁର୍ଘଟଣାର ୧ ଘଣ୍ଟା ମଧ୍ୟରେ ସମୟ ନେବା ଜୀବନ ରକ୍ଷାକାରୀଙ୍କ ସୁବର୍ଣ୍ଣ ଘଣ୍ଟା କୁହାଯାଏ। ଜୀବନର ଏକ ସୁବର୍ଣ୍ଣ ଘଣ୍ଟା ପରିଚାଳନା ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇବା ଏବଂ ସୁବର୍ଣ୍ଣ ଘଣ୍ଟା ମଧ୍ୟରେ ମୂଲ୍ୟବାନ ଜୀବନ ବିଷୟରେ ଓଡିଶାରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

କମିଶନରେଟ୍ ପୁଲିସ୍, ପରିବହନ କମିଶନର, ହସ୍ପିଟାଲ୍ ଇଣ୍ଡଷ୍ଟ୍ରି, ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି, ଓଲିଉଡ୍ ଇଣ୍ଡଷ୍ଟ୍ରି ଏବଂ ଯୁବକମାନେ ଏକତ୍ରିତ ହୋଇ ଏହି କାର୍ଯ୍ୟକୁ ସମର୍ଥନ କରିଛନ୍ତି। ଏହା ୯ ଏପ୍ରିଲରେ ଉତ୍କଳ ମଣ୍ଡପ ଭୂବନେଶ୍ୱର ଠାରେ ଲୋକାର୍ପିତ ହେବ। ଏହି ଡ୍ରାଇଭରେ ସାମାଜିକ ସଂସ୍ଥା, ଓଲିଉଡ୍ ଷ୍ଟାର, ବାଇକର, ଡାକ୍ତର ଯୋଡି ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ କାର୍ଯ୍ୟାଳୟ ସମ୍ମୁଖରୁ ଏହାର ଫ୍ଲାଗଅଫ୍ କରାଯାଇଛି।

- Advertisement -

ଏହି ସୁବର୍ଣ୍ଣ ଘଣ୍ଟା ସଚେତନତା ଶୋଭାଯାତ୍ରାକୁ ଅତିଥି ଭାବେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଓଲିଉଡ୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଓଡିଆ ବୋହୁ ବାଇକରାନି ଅମ୍ରିତାଙ୍କ ସହ ଅନ୍ୟ ବାଇକ ଚାଳକଙ୍କ ସହ ବିଗ୍ କପ୍ କାଫେ ପାଟିଆ ପର୍ଯ୍ୟନ୍ତ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ଡ. ରୋଜାଲିନ ପାଟ୍ଟଶାଣୀ, ଡ. ପ୍ରଭାତି ପାଣିଗ୍ରାହୀ, କେ. ତମନ୍ନା, ପୁନମ ପାଠକ, ଶ୍ରୀଧର ମାର୍ଥା, ସୁବର୍ଣ୍ଣ ଘଣ୍ଟାର ସୋସିଆଲ ଆମ୍ବାସଡର ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣ ଘଣ୍ଟାର ଆବାହିକା ଡ. ଚିଦାତ୍ମିକା ଖଟୁଆ ଆନୁଷ୍ଠାନିକ ଭାବରେ ପରିଚାଳନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories