www.samajalive.in
Saturday, December 13, 2025
26.1 C
Bhubaneswar

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିଆତି

ଡେସ୍କ : ପ୍ରଧାନମନ୍ତ୍ରୀ  ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ହିତାଧିକାରୀଙ୍କୁ ବର୍ଷକୁ (୧୨ଟି ରିଫିଲ୍‌) ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ରିଆତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହାକୁ ମଞ୍ଜୁରି ଦେଇଛନ୍ତି । ଚଳିତ ମାର୍ଚ୍ଚ ପହିଲା ସୁଦ୍ଧା ପିଏମୟୁୱାଇରେ ୯.୫୯ କୋଟି ହିତାଧିକାରୀ ରହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ମୋଟ୍‌ ୬,୧୦୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମୋଟ୍‌ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରି ଦିଆଯାଇଥାଏ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀ ଅର୍ଥାତ୍‌ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଭାରତ ପେଟୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଗତ ମେ’ ୨୨ ପୂର୍ବରୁ ଏହି ରିଆତି ଦେଇ ଆସୁଛନ୍ତି ।

- Advertisement -

ପିଏମୟୁୱାଇ ହିତାଧିକାରୀମାନଙ୍କର ହାରାହାରୀ ଏଲପିଜି ଖର୍ଚ୍ଚ ୨୦୧୯-୨୦ରେ  ୩.୦୧ ରିଫିଲ ଥିଲା ଯାହାକି ୨୦୨୧ -୨୨ରେ ୩.୬୮ ରିଫିଲକୁ ବୃଦ୍ଧି ପାଇଥିଲା । ସମସ୍ତ ପିଏମୟୁୱାଇ ହିତାଧିକାରୀ ନିର୍ଦ୍ଧାରିତ ରିଆତି ପାଇବାକୁ ଯୋଗ୍ୟ।

ଗ୍ରାମୀଣ ଓ ବଞ୍ଚିତ ଗରିବ ପରିବାରଗୁଡ଼ିକୁ ରୋଷେଇ ଲାଗି ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ (ଏଲପିଜି)ର ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ୨୦୧୬ ମେ’ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories