www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକକୁ ପାଟିଲା ସ୍କର୍ପିଓ ; ୨ ଆହତ, ଜଣେ ଗୁରୁତର

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟରାଜପଥ ବାରାହାଦେବତା ଠରେ ଶନିବାର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକକୁ ପଛରୁ ପିଟିଛି ସ୍କର୍ପିଓ । ର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ରାଉରକେଲା ଅଞ୍ଚଳର ଅଶୋକ ପ୍ରସାଦ(୫୬) ବୋଲି ଜଣାପଡିଛି । ଚାଳକ ସଞ୍ଜୀବ ଏକ୍କା(୨୮), ମହମ୍ମଦ ଇମତିଆଜ (୧୮) ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏକ ସ୍କର୍ପିଓ  ଯୋଗେ କେନ୍ଦୁଝରରୁ ରାଉରକେଲା ଯାଉଥିବା ବେଳେ ଭୋର ସମୟରେ ବାରାହାଦେବତା ଠାରେ ଘଟିଛି ଏହି ଦୁର୍ଘଟଣା ଘଟିଛି। ସ୍କର୍ପିଓ ଏକ ଟ୍ରକକୁ ଅତିକ୍ରମ କରିବା ବେଳେ କେନ୍ଦୁଝର ପଟୁ ପାଲ୍ଲଲହଡା ପଟେ ଯାଉଥିବା ଅନ୍ୟ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଖବର ପାଇ ରୁଗୁଡି ପଥକର ଫାଟକର ରୋଗୀଯାନ ବୁହା ଗାଡି ଯୋଗେ ସମସ୍ତ ଆହତଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଅଶୋକଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories