www.samajalive.in
Sunday, December 14, 2025
26.1 C
Bhubaneswar

ଇନ୍ଦିରା ଓ ସୋନିଆ ବି ହରାଇଥିଲେ ସଦସ୍ୟପଦ

ଅତୀତରେ ଇନ୍ଦିରା ଗାନ୍ଧୀ ଓ ସୋନିଆ ଗାନ୍ଧୀ ମଧ୍ୟ ଲୋକସଭା ସଦସ୍ୟପଦ ହରାଇଥିଲେ। ୧୯୭୮ ନଭେମ୍ବର ୧୫ରେ ଇନ୍ଦିରାଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ। ଏହା ବହୁମତରେ ଗୃହୀତ ହୋଇଥିଲା। କର୍ଣ୍ଣାଟକର ଚିକମାଗୁଲୁର ଆସନରୁ ଉପନିର୍ବାଚନରେ ବିଜୟୀ ହୋଇଥିବା ଇନ୍ଦିରାଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କୁ ଅପମାନ ଓ ପଦବୀର ଦୁରୁପଯୋଗ ଅଭିଯୋଗ ହୋଇଥିଲା। ଦୀର୍ଘ ୭ଦିନର ବିତର୍କ ପରେ ପ୍ରସ୍ତାବ ସ୍ବାଧୀକାର କମିଟିକୁ ଯାଇଥିଲା। ମା​‌େ​‌ସ ତଦନ୍ତ ପରେ କମିଟି ଇନ୍ଦିରାଙ୍କ ବିରୋଧରେ ଆଗତ ଅଭିଯୋଗ ସତ୍ୟ ବୋଲି ଦର୍ଶାଇଥିଲେ। ଫଳରେ ଇନ୍ଦିରାଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା ଓ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୦୬ରେ ଲାଭଜନକ ପଦବୀ ଅଭିଯୋଗରେ ସୋନିଆ ଗାନ୍ଧୀ ସାଂସଦ ପଦ ହରାଇଥିଲେ। ସେ ସମୟରେ ସୋନିଆ ରାଏବରେଲି ସାଂସଦ ସହ ଶାସକ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଅଧ୍ୟକ୍ଷା ଓ କଂଗ୍ରେସ ଅଧ୍ୟକ୍ଷା ଏବଂ ଜାତୀୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷା ଥିଲେ। ଏକକାଳୀନ ଏତେଗୁଡ଼ିଏ ପଦ ରଖିବା ନେଇ ଅଭିଯୋଗ ଆସିବା ପରେ ସୋନିଆ ବାଧ୍ୟହୋଇ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ପରେ ଅବଶ୍ୟ ସେ ପୁନଃନିର୍ବାଚିତ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories