www.samajalive.in
Sunday, December 14, 2025
23.1 C
Bhubaneswar

ଗୃହରେ ରାହୁଲ ତାତି

ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଅପରାହ୍ଣରେ ରାହୁଲ ତାତି ଦେଖିବାକୁ ମିଳିଥିଲା। ଗତକାଲି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ପରେ ସଂସଦରେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ଘଟଣା ନେଇ କଂଗ୍ରେସ ସଭ୍ୟମାନେ ବିଭିନ୍ନ ଧ୍ବନି ଦେବା ସହ ହଟ୍ଟଗୋଳ କରିଥିଲେ। ଗୃହ ସ୍ବାଭାବିକ ପରିସ୍ଥିତିକୁ ଆଣିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାରମ୍ବାର ମୁଲତବୀ କରିଥିଲେ। ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କାଳରେ କଂଗ୍ରେସର ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବା ସହ ୨୯ ତାରିଖ ‘ଗିଲୋଟିନ’ରେ ଉକ୍ତ ବିଭାଗର ଖର୍ଚ୍ଚଦାବି ପ୍ରସ୍ତାବ ପାରିତ କରିବାକୁ ଘୋଷଣା କରିଥିଲେ।
ଶୁକ୍ରବାର ଅପରାହ୍ଣରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଓ ଅନ୍ୟ ସଦସ୍ୟଗଣ ମଧ୍ୟଭାଗକୁ ଆସି କେନ୍ଦ୍ର ବିରୋଧୀ ନାରା ଦେଇଥିଲେ। ବାଚସ୍ପତି ପ୍ରଥମ ପର୍ଯ୍ୟାୟରେ ଅପରାହ୍ଣ ୪ଟା ୪ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପରେ ୪ଟା ୨୬ରୁ ଅଧଘଣ୍ଟା ପର୍ଯ୍ୟନ୍ତ ଏବଂ ପରେ ଦୁଇଥରରେ ୬ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ହେଁ ଗୃହ ସ୍ବାଭାବିକ ସ୍ଥିତିକୁ ଆସିପାରି ନଥିଲା।
ଏହି ସମୟରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ରାହୁଲ ଗାନ୍ଧୀ ବୋଲି କ’ଣ ତାଙ୍କ ପାଇଁ ନିୟମ ଲାଗୁ ହେବନାହଁି ? ନିୟମ ସମସ୍ତଙ୍କ ପାଇଁ ସମାନ। ତାଙ୍କ ସମୟରେ ନିୟମ ହୋଇଥିଲା, ଯେଉଁମାନଙ୍କୁ ଦୁଇ ବର୍ଷରୁ ଅଧିକ ଦଣ୍ଡାଦେଶ ହେବ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହେବ। ଏଥିରେ କାହାର କିଛି କରିବାର ନାହିଁ। ଦୁଇ ବର୍ଷ ଦଣ୍ଡାଦେଶ ହେଲା ସେଥିପାଇଁ ସଦସ୍ୟ ପଦ ଗଲା, ଏହା ହିଁ ନିୟମ।
ଗୃହ ବାହାରେ ସେ କହିଥିଲେ, ପ୍ରଚଳିତ ନିୟମକୁ ବିନା କାରଣରେ ରାଜନୈତିକ ରଙ୍ଗ ଦିଆଯାଉଛି। ନିୟମ ସମସ୍ତଙ୍କ ପାଇଁ ସମାନ। ଯଦି ଏହାକୁ ନେଇ କିଏ ନାଟକ କରିବେ ସେଥିରେ କିଛି କହିବାର ନାହିଁ। ସେ ଉପର ଅଦାଲତ ଯାଇପାରନ୍ତି କିନ୍ତୁ; ନିୟମ ଅନୁଯାୟୀ ସଦସ୍ୟ ପଦ ରଦ୍ଦ ହେବ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାହୁଲଙ୍କ ସଦସ୍ୟ ପଦ ରଦ୍ଦ କରିବାରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିଲା। ‘ଜଷ୍ଟିସ ହରିଡ ଇଜ୍ ଜଷ୍ଟିସ ଓରିଡ’। ରାହୁଲଙ୍କ ସଭ୍ୟ ପଦ ରଦ୍ଦ କରିବାରେ ଏ ଉକ୍ତି ପ୍ରଯୁଜ୍ୟ ଏବଂ ପ୍ରମାଣିତ ହୋଇଛି। ତାଙ୍କ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଭାରତ ବର୍ଷରେ ଗଣତନ୍ତ୍ର ବୋଲି କିଛି ନାହିଁ। ସବୁ ପରମ୍ପରାକୁ ପଛରେ ପକେଇ, ଗଣତାନ୍ତ୍ରିକ ପରମ୍ପରାକୁ ଆଖି ଆଗରେ ନ ରଖି ତରବରିଆ ଭାବେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଉପର ଅଦାଲତକୁ କଂଗ୍ରେସ ଯିବ। ନ୍ୟାୟର ଜୟ ହେବ। ଏହାର ପ୍ରତିବାଦ ସାରା ଭାରତ ବର୍ଷରେ ହେବ।
ଅନ୍ୟପକ୍ଷରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଆଇନଗତ ପ୍ରକ୍ରିୟା ଅନୁଯାୟୀ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଅଦାଲତଙ୍କ ନିର୍ଦେଶକୁ କେହି ଅବମାନନା କରିପାରିବେ ନାହିଁ। ସେହି ଅନୁଯାୟୀ ବାଚସ୍ପତି ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଇଛନ୍ତି। ଆମ ପାଇଁ କଂଗ୍ରେସ, ବିଜେପି ଦୁଇ ଦଳ ସମାନ। ତେଣୁ ବିଜୁ ଜନତା ଦଳ ସେଥିରେ କୌଣସି ପ୍ରତିକ୍ରିୟା ଦେବା ଅନୁଚିତ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories