www.samajalive.in
Sunday, December 14, 2025
26.1 C
Bhubaneswar

ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ପ୍ୟାକ୍ସ ସଭାପତି ସୁମଞ୍ଜିଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅରୁଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିସିସିବି ପୁରୁଣାକଟକ ଶାଖା ପରିଚାଳକ ସୌମ୍ୟଜିତ ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ବୌଦ୍ଧ ୧୨ନଂ ଜୋନର ଜୋନାଲ ସଂପାଦକ ସୁବୋଧ ପ୍ରଧାନ ଯୋଗ ଦେଇଥିଲେ। ସମିତି  ସମ୍ପାଦକ ନିର୍ମଳ ବାରିକ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା କୃଷି ଋଣ ଦ୍ୱାରା ଚାଷୀ ମାନେ କିପରି ଉପକୃତ ହେବ, ସେନେଇ ବ୍ୟାଙ୍କ ସଭାପତି ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଚାଷୀ ବୃନ୍ଦାବନସାହୁ, ସୁଶୀଲ ଭୋକ୍ତା, ଯଶୋବନ୍ତ ପ୍ରଧାନ, ଲବକିଶୋର ପାତ୍ର ଯୋଗଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories