www.samajalive.in
Saturday, December 13, 2025
18.1 C
Bhubaneswar

କୁଲଡିହା ଜଙ୍ଗଲରେ ଦନ୍ତା ଶିକାର ; ଦାନ୍ତ ଜବତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ପଶି ଏକ ଦନ୍ତାହାତୀକୁ ଗୁଳି ମାରି ଦାନ୍ତ କାଟି ନେବା ଘଟଣାରେ ବନବିଭାଗ ୨ଟି ଦାନ୍ତ ଜବତ କରିବାରେ ସଫଳ ହୋଇଛି । କିନ୍ତୁ ଏଥିରେ ସମ୍ପୃକ୍ତ ଥିବା ଶିକାରୀକୁ ଧରିବାରେ ବିଭାଗ ବିଫଳ ହୋଇଛି । ଅଭୟାରଣ୍ୟର କଳମା ଚତୁରୀ ନିକଟରେ ଏକ ହାତୀର ଗଳିତ ଶବ ମିଳିଥିଲେ ହେଁ ଏହାର ଦାନ୍ତ ଦୁଇଟି ଶିକାରୀ ଲୁଟ କରି ନେଇଥିଲେ। ଏହି ଘଟଣାରେ ବାଲେଶ୍ୱର ଡିଏଫଓ ଖୁସୱନ୍ତ ସିଂହ, ଏସିଏଫଓ ଶୋଭନ ଦିଗନ୍ତ ଚାନ୍ଦ, କୁଲଡିହା ବନାଞ୍ଚଳ ଅଧିକାରୀ ଅନନ୍ତ ଜେନା ପ୍ରମୁଖ ସଦଳବଳେ ଖୁମକୁଟ ଅଞ୍ଚଳରୁ ଏକ ଗାଡ଼ିଆ ଭିତରୁ ଦୁଇଟି ଦାନ୍ତ ଜବତ କରିଛନ୍ତି । ଏନେଇ ଶୁକ୍ରବାର କୁଲଡିହା ଅଫିସ ପ୍ରାଙ୍ଗଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ଶ୍ରୀ ସିଂହ ଦାନ୍ତ ଜବତ ନେଇ ସୂଚନା ଦେଇଥିଲେ। କିନ୍ତୁ ଏହା କେଉଁଠୁ ମିଳିଲା କିମ୍ବା କାହାଠାରୁ ମିଳିଲା ସେନେଇ କୌଣସି ଉତ୍ତର ରଖିନାହାଁନ୍ତି । ସୂଚନାଯୋଗ୍ୟ, ପ୍ରାୟ ୧୦-୧୨ଦିନ ପୂର୍ବରୁ ଏହି ହାତୀକୁ ଅଭୟାରଣ୍ୟରେ ହତ୍ୟା କରିବା ପରେ ତା’ ଦାନ୍ତକୁ ଶିକାରୀମାନେ ତାଡ଼ି ନେଇଥିଲେ। ଜବତ ହୋଇଥିବା ଏହି ଦୁଇ ଦାନ୍ତର ଓଜନ ୧୪କିଗ୍ରା. ବୋଲି ଜଣାପଡ଼ିଛି । ସେପଟେ ମାତ୍ର ବର୍ଷକ ଭିତରେ କୁଲଡିହାରେ ସର୍ବାଧିକ ୭ଟି ହାତୀର ମୃତ୍ୟୁ ଘଟିଥିଲେ ହେଁ ବିଭାଗ ପକ୍ଷରୁ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାପଡ଼ିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories