www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ, ନିଷ୍ପତ୍ତି ତରବରିଆ ଓ ଉଦ୍ଦେଶ୍ୟ ପ୍ରଣୋଦିତ – କଂଗ୍ରେସ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ‘ମୋଦୀ ସରନେମ’ ମାମଲାରେ ସୁରଟର ଏକ କୋର୍ଟ ଶ୍ରୀ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେବାପରେ ଆଜି ଲୋକସଭା ସଚିବାଳୟ ତାଙ୍କ ସଦସ୍ୟତା ରଦ୍ଦ କରିଛନ୍ତି। କେରଳର ୱାଏନାଡ଼ ସଂସଦୀୟ କ୍ଷେତ୍ରରୁ ଶ୍ରୀ ଗାନ୍ଧୀ ନିର୍ବାଚିତ ହୋଇଥିଲେ।

୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ରାଲିରେ ଶ୍ରୀ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇ ଥିଲେ ତାହା ‘ମୋଦୀ’ ସାଙ୍ଗିଆର ବିରୁଦ୍ଧାଚରଣ କରୁଛି ଓ ଅପମାନଜନକ ବୋଲି କୁହାଯାଇଥିଲା। ବିଜେପି ବିଧାୟକ ପୁର୍ନେସ ମୋଦୀ ଏ ନେଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସେହି ରାଲିରେ ରାହୁଲ କହିଥିଲେ ଯେ ‘how come all the thieves have Modi as the common surname’ ଅର୍ଥାତ ‘ସମସ୍ତ ଚୋର ମାନଙ୍କ ସାଙ୍ଗିଆ ମୋଦୀ’।

- Advertisement -

ଏହି ଘଟଣାରେ କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି। ଦଣ୍ଡାଦେଶ ପରେ କୋର୍ଟ ତାଙ୍କୁ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନ ସମୟ ଦେଇଥିବା ବେଳେ ଏଭଳି ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଥିବା ଆଇନଜୀବୀ ମାନେ ମତ ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories