www.samajalive.in
Saturday, December 13, 2025
26.1 C
Bhubaneswar

ପରିଣୀତିଙ୍କ ନାଁ ଶୁଣି ଲାଜେଇ ଗଲେ ଆପ୍‌ ସାଂସଦ, ବିବାହକୁ ନେଇ କହିଲେ..

ନୂଆଦିଲ୍ଲୀ: ରାଜନେତା ଏବଂ ଚଳଚ୍ଚିତ୍ର ତାରକାଙ୍କ ଡେଟିଂ ଖବର କିଛି ନୂଆ କଥା ନୁହେଁ। କିନ୍ତୁ ପ୍ରତ୍ୟେକ ଥର ଏପରି କିଛି ମିଳନ ଘଟିଲେ ଏହା କେବଳ ରାଜନୀତି ଏବଂ ଚଳଚ୍ଚିତ୍ର ଜଗତରେ ଆଲୋଚନାର ବିଷୟ ହୋଇ ନଥାଏ, ବରଂ ଜନସାଧାରଣ ମଧ୍ୟ ଏ ବିଷୟରେ ଜାଣିବାକୁ ବେଶ୍‌ ଆଗ୍ରହ ପ୍ରକାଶ କରନ୍ତି। ଯେତେବେଳେ ରାଜନୀତି ଜଗତର ହ୍ୟାଣ୍ଡସମ୍‌ ଏବଂ ଯୋଗ୍ୟ ଅବିବାହିତ ପୁଅ ଏବଂ ବଲିଉଡ ସୁନ୍ଦରୀଙ୍କ କଥା ଉଠେ, ସେତେବେଳେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ଏହିପରି ଏକ ଯୋଡ଼ିଙ୍କ ଡେଟିଂ ଖବରକୁ ନେଇ ଏବେ ରାଜନୀତି ଓ ବଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଛି। ଏହି ଯୋଡ଼ି ହେଉଛନ୍ତି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଓ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା।

ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଦୁହେଁ ଏକାଠି ରାତ୍ରୀ ଭୋଜନ କରିବାକୁ ଯାଉଥିବାର ନଜର ଆସିଥିଲେ। ଏହାପରଠାରୁ ଉଭୟଙ୍କ ଡେଟିଂ ଓ ବିବାହ ଖବରକୁ ନେଇ ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ଯେତେବେଳେ ସଂସଦରୁ ବାହାରୁଥିବା ରାଘବ ଚଢାଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେତେବେଳେ ତାଙ୍କ ମୁହଁର ପ୍ରତିକ୍ରିୟା ବାସ୍ତବରେ ଦେଖିବା ଭଳି ଥିଲା।

- Advertisement -

ଯେତେବେଳେ ରାଘବଙ୍କୁ ପରିଣୀତିଙ୍କ ବିଷୟରେ ପଚରାଗଲା, ସେତେବେଳେ ତାଙ୍କ ହସ ହସ ମୁହଁ ଓ ଲାଜକୁଳ ଆଖି ଦେଖିବାକୁ ମିଳିଥିଲା। ହସି ହସି ରାଘବ ଚଢା କହିଥିଲେ, ମୋତେ ପରିଣୀତି ନୁହେଁ ରାଜନୀତି ଉପରେ ପ୍ରଶ୍ନ ପଚାରନ୍ତୁ। ଏହାପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ, କ’ଣ ଆପଣ ଦୁହେଁ ବିବାହ କରିବାକୁ ଯାଉଛନ୍ତି ? ଏଥିରେ ରାଘବ ପୁଣି ସମାନ ଉତ୍ତର ଦୋହରାଇଥିଲେ। ପୁଣିଥରେ ଯେତେବେଳେ ସାମ୍ବାଦିକ ପରିଣୀତି ଏବଂ ତାଙ୍କ ବିବାହ ବିଷୟରେ ପଚାରିଲେ, ସେ କହିଥିଲେ ଯଦି ବିବାହ କରିବୁ ତେବେ ଆପଣଙ୍କୁ ନିଶ୍ଚିତ କହିବୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories