www.samajalive.in
Sunday, December 14, 2025
23.1 C
Bhubaneswar

ହରିଣ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ମାଛଗଡ଼ ବିଟ କମାରମରା ଗ୍ରାମକୁ ପଶି ଆସିଥିବା ଏକ ହରିଣକୁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ମାରି ଦେଇଛନ୍ତି। ହରିଣଟିକୁ ଦେଖିବା ପରେ ଲୋକେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଖବର ପାଇ ବନପାଳ ଭୂପତି ସେଠି, ବନରକ୍ଷୀ ରଞ୍ଜିତା ମହାନ୍ତ ଓ ନିରୂପମା ମହାକୁଡ଼ ଏବଂ ପାରା କର୍ମଚାରୀ ସେମାନଙ୍କ ପିଛା କରିଥିଲେ।ତେବେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ହରିଣଟି ମୃତ୍ୟୁ ବରଣ କରିସାରିଥିଲା। ଆନୁମାନିକ ୨ ବର୍ଷ ବୟସର ଏହି ହରିଣର ମୃତଦେହକୁ ପାଟଣା ଅଣାଯିବା ପରେ ପ୍ରାଣୀ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ଜଣାପଡିଛି। ଆଜି ସକାଳେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରୁ ବନବିଭାଗ ୨ଟି ଲାଠି ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ କମାରମରା ଗ୍ରାମର ସଞ୍ଜୟ କୁମାର ମହାନ୍ତ (୨୪) ବୋଲି ଜଣାପଡିଛି। ସେ ହରିଣଟିକୁ ବସ୍ତାରେ ପୁରାଇ ନେଇଯାଉଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ି ଯାଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories