www.samajalive.in
Saturday, December 13, 2025
26.1 C
Bhubaneswar

ସିଆରପିଏଫ ୧୨ ବାଟାଲିଆନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତଗତ ଲାଞ୍ଜି ପଞ୍ଚାୟତ ଜାମଚୁଆ ଠାରେ ସିଆରପିଏଫ ୧୨ ବାଟାଲିଆନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ ବାଟାଲିୟାନ କମାଣ୍ଡେଣ୍ଟ ଅମିତ ସିଂଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୨ ବାଟାଲିୟନ କୋମାଡ଼େଣ୍ଡ ନନ୍ଦକିଶୋର ଯୋଗଦେଇ ଅଞ୍ଚଳବାସୀଙ୍କ ସାଥୀ ହୋଇ ତାଙ୍କର ସୁରକ୍ଷା ଦିଗରେ ସର୍ବଦା ସହଯୋଗର ହାତ ବଢ଼ାଇବା ପାଇଁ ଯବାନମାନେ ସବୁବେଳେ ତତ୍ପର ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ, ଡ଼ଃ ମନିଷ ସିଂ, ୱIର୍ଡମେମ୍ବର ଶ୍ରୀମତି ମାଝୀ, ଚିନ୍ତା ମାଝୀ, ଷ୍ଟେଟବ୍ୟାଙ୍କ ମ୍ୟାନେଜର ଶଙ୍ଖଚରଣ ବେସ୍ରା, ଜାମଚୁଆ ସ୍କୁଲ ଶିକ୍ଷକ ଘାସି ମାଝୀ, ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜି ପଞ୍ଚାୟତର ଜାମଚୁଆ, ଡାହାଣୀପଦର, ଖକ୍ସି, ଯୋବIଗାଁ, ମାଚୁଳର ୧୦୦ ଜଣ ଗରିବ ପରିବାରକୁ ଡ୍ରମ, କଡେଇ, ଡେ଼କଚି, ପ୍ରେସର କୁକର ଓ ଘର କରଣ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ୧୨ ବାଟାଲିୟନ ସିଆରପିଏଫ ସମସ୍ତ ଯବାନ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories