କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ ଠାରେ ଗୁରୁବାର ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜିଲା ସଂଘ ଚାଳକ କୈଳାଶ ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦ ଭଗତ ସିଂହ, ସହିଦ ରାଜଗୁରୁ, ସହିଦ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ୨୦ ବର୍ଷ ବୟସରେ ଦେଶର ସ୍ୱାଧୀନତା ହାସଲ କରିବା ପାଇଁ ସେମାନଙ୍କର ବୀରତ୍ୱ ଓ ସମର୍ପଣ ଭାବ ତଥା ବିଦେଶୀ ମାନଙ୍କ ଦ୍ୱାରା ଦେଶ ପାଇଁ ଫାଶୀ ପାଇବା ଭଳି ଲୋମଟାଙ୍କୁରା କାହାଣୀକୁ ପିଲାମାନଙ୍କ ଆଗରେ ଉପସ୍ଥାପନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଶର ସହିଦ ମାନଙ୍କ ବୀରତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ କିଭଳି ବଳିଦାନ ଦେଇ ଇଂରେଜ କବଳରୁ ଦେଶକୁ ସ୍ୱାଧୀନ କରିଥିଲେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିଲେ।
Popular Categories



