www.samajalive.in
Sunday, December 14, 2025
26.1 C
Bhubaneswar

ମେଘା ପଞ୍ଚାୟତ ଧୁରୁକୁଡିଆ ଗ୍ରାମରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଗରିଫ

ଆଠଗଡ: ବୁଧବାର ଆଠଗଡ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତର ଧୁରୁକୁଡିଆ ଗ୍ରାମରେ ଏକ ବଧୂହତ୍ୟା ଘଟଣା ଘଟିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଧୁରୁକୁଡିଆ ଗ୍ରାମର ମୁରଲୀଧର ପତ୍ରୀଙ୍କ ପୁଅ ସଚ୍ଚିଦାନନ୍ଦ ତିନିବର୍ଷ ପୂର୍ବରୁ କଟକ ବୟାଳିଶମୌଜା ଅଞ୍ଚଳର ରାଉତରାୟପୁର ଗ୍ରାମର ଅନସୁୟା ମହାପାତ୍ର ଓରଫ ଗୁଡିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ସେମାନଙ୍କର ଏକ ଦେଢବର୍ଷର ପୁଅ ରହିଛି। ତେବେ ମଙ୍ଗଳବାର ରାତିରେ ଯାତ୍ରା ଦେଖିଯିବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ବୁଧବାର ଅନସୁୟା ଏକ ଶାଢୀକୁ ବେକରେ ଦେଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ସେ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ କୁହାଯାଇଥିଲା। ତେବେ ଅନସୁୟାଙ୍କ ମାଆ ପୁଷ୍ପଲତା ମହାପାତ୍ର ତାଙ୍କ ଝିଅକୁ ସ୍ୱାମୀ ଓ ପରିବାର ଲୋକ ମାରି ପ୍ୟାନରେ ଟାଙ୍ଗିଦେଇଥିବା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀ ସଚ୍ଚିଦାନନ୍ଦଙ୍କୁ ଧରିଆଣି ଅଟକ ରଖିଥିଲେ।

- Advertisement -

ବୁଧବାର ଫରେନ୍‍ସିକ୍‍ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତ ଦେହ ବ୍ୟବଚ୍ଛେଦ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ସ୍ତ୍ରୀ ଅନସୁୟାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ପୁଲିସ ଜାଣିବା ପରେ ସ୍ୱାମୀ ସଚ୍ଚିଦାନନ୍ଦଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories