www.samajalive.in
Sunday, December 14, 2025
23.1 C
Bhubaneswar

ରେଙ୍ଗାଲିରେ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

ରେଙ୍ଗାଲି: ରେଙ୍ଗାଲି ପୁରୁଣାବସ୍ତିଠାରେ ଥିବା କଳ୍ୟାଣ ମଣ୍ଡପରେ ରେଙ୍ଗାଲି ସେବା-ସମବାୟ ସମିତି ପକ୍ଷରୁ ଗୁରୁବାର ବ୍ୟାଙ୍କିଂ ସେବା ଏବଂ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ରେଙ୍ଗାଲି ସେବା-ସମବାୟ ସମିତିର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଲ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ସେବା-ସମବାୟ ସମିତିର ସମ୍ପାଦକ ପ୍ୟାରି ମୋହନ ବୁଧିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ କିରଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ଏସ୍‌‌.ଏ.ଆର୍‌‌.ସି.ଏସ୍‌‌ ଉମେଶ ଚନ୍ଦ୍ର ନାୟକ, ସମବାୟ ବ୍ୟାଙ୍କ ରେଙ୍ଗାଲି ଶାଖାର ପରିଚାଳକ ଚନ୍ଦନ କୁମାର ଦାସ, ବ୍ଳକ୍‌‌ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ସେବା ସମବାୟ ସମିତିର ସଭାପତି ବ୍ୟାଙ୍କିଙ୍ଗ୍‌‌ ସେବା ଓ ଋଣ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ତଥା ଏ ସଂକ୍ରାନ୍ତରେ ସରକାର ପ୍ରଣୟନ କରିଥିବା ଯୋଜନା ସଂକ୍ରାନ୍ତରେ ସମବେତ ଚାଷୀମାନଙ୍କୁ ଅବଗତ କରାଇଥିଲେ। ପରିଚାଳନା ପରିଷଦର ସଭ୍ୟ ଇଂ ଗାନ୍ଧି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories