ଗୁରୁବାର ରାଶିଫଳ (୨୩.୦୩.୨୦୨୩)

ମେଷ : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବା ଆଶା କରାଯାଏ। କର୍ମଚଞ୍ଚଳ ରହିବେ। ରାଜସମ୍ମାନ ଲାଭ କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ଧନ ଲାଭ ହେବ।

ବୃଷ : ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ଲିପ୍ତ ହୋଇ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମିଥୁନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ନୃତ୍ୟସଙ୍ଗୀତ ପ୍ରିୟ ହେବେ। ନିତ୍ୟ ଆଦାୟ ଚିନ୍ତାଯୁକ୍ତ ହୋଇପାରନ୍ତି। ସତ୍‌କର୍ମକାରୀ ଓ ଧର୍ମ ମାର୍ଗରେ ମନୋନିବେଶ କରିବେ।

କର୍କଟ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟରୁ ବିରତ ରହିବେ। ବିରୋଧୀଙ୍କ ଚାଲିଚଳନ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଅତିଥି ସତ୍କାର କରିବେ। କ୍ରୋଧହୀନ ହେବେ।

କନ୍ୟା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ଆପଣଙ୍କ ପାଇଁ ସୁଖବୋଧ ହେବ। କାର୍ଯ୍ୟରେ ସଫଳତା ମିଳିବ। ରୁଚିକର ଭୋଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ।

prayash

ତୁଳା : ଶତ୍ରୁ ବଳବାନ୍‌ ହେଲେ ବି ତାକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଉତ୍ତମ ବଂଶର କନ୍ୟାକୁ ବୋହୂ ରୂପେ ଗ୍ରହଣ କରିବେ।

ବିଛା : ହାସଲ କରିଥିବା ବିଦ୍ୟାର ପୁନଃଭ୍ୟାସ କରିପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦିନ ଭିତରେ ଭଲ, ମନ୍ଦ ମିଶ୍ରିତ ଫଳ ପ୍ରାପ୍ତ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ଧନୁ : ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମର ମୁରବି ହେବା ଆଶା କରାଯାଏ। ପରାକ୍ରମଶାଳୀ ହେବେ। ବହୁ ଜନପୋଷକ ହୋଇପାରନ୍ତି। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ ମିଳିବ।

ମକର : କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସକଳ ଗୁଣର ଆଧାର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ଲାଭବାନ୍‌ ହେବେ।

କୁମ୍ଭ : ରାଜାତୁଲ୍ୟ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ବହୁ ଉପାୟରେ ଉପବାସାଦି ଧର୍ମକ୍ରିୟାରେରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କ କଲ୍ୟାଣରୁ ବହୁ ଧନ ଲାଭ କରିବେ।

ମୀନ : ଭଲ ଆୟ ହେବ। ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ସୃଷ୍ଟି ହେବେ।

Comments are closed.