www.samajalive.in
Tuesday, December 9, 2025
26.1 C
Bhubaneswar

ଗଣମାଧ୍ୟମ ଉତ୍ତରଦାୟୀ, ବିଶ୍ୱସନୀୟ ଏବଂ ସତ୍ୟବାଦୀ ହେବା ଉଚିତ୍

ଡେସ୍କ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ କହିଛନ୍ତି ଯେ, ଗଣତନ୍ତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଣମାଧ୍ୟମ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ। ସମ୍ବାଦ ପରିବେଷଣ କରିବା ସମୟରେ ଗଣମାଧ୍ୟମ ଉତ୍ତରଦାୟୀ, ବିଶ୍ୱସନୀୟ ଏବଂ ସତ୍ୟବାଦୀ ହେବା ଉଚିତ୍ ବୋଲି ସେ କହିଛନ୍ତି।

ପତ୍ର ସୂଚନା କାର୍ଯ୍ୟାଳୟ ଓ ଆକାଶବାଣୀର ଯୁଗ୍ମ ନିର୍ଦ୍ଦେଶକ, ଆରଏନଆଇର ଉପ ପ୍ରେସ୍ ରେଜିଷ୍ଟ୍ରାର ତଥା ସିବିଏଫସିର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେ ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ସୂଚନା ମୂଲ୍ୟଯୁକ୍ତ ହେଲେ ଯୋଗାଯୋଗ ଅଧିକ ପ୍ରଭାବୀ ହୋଇପାରିବ ବୋଲି ସେ କହିଥିଲେ।

- Advertisement -

ଏଥିରେ ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଦାସ ଯୋଗ ଦେଇଥିଲେ। ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଭୂମିକା ଓ କାର୍ଯ୍ୟଧାରା ବିଷୟରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ବାଲେଶ୍ୱର ଜିଲ୍ଲାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଏବଂ ଅନ୍ୟାନ୍ୟ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସରୋଜ କୁମାର ମିଶ୍ର ଯୋଗ ଦେଇ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ସେହିପରି ଲିଡ୍ ବ୍ୟାଙ୍କ ମ୍ୟାନେଜର ବିଶ୍ୱଜିତ ଶତପଥୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ମୁଦ୍ରା ଯୋଜନା, ଅଟଳ ପେନସନ, ସୁକନ୍ୟା ସମୃଦ୍ଧି, ଜୀବନ ଜ୍ୟୋତି ବୀମା, ସୁରକ୍ଷା ବୀମା ଏବଂ ଅନ୍ୟାନ୍ୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବୈଷୟିକ ଅଧିବେଶନରେ ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସମୀର ଚନ୍ଦ୍ର ଦେ ଜଳ ଜୀବନ ମିଶନ : ହର୍ ଘର ଜଲ ଯୋଜନା ବିଷୟରେ ସୂଚନା ଦେଇଥିଲେ। ଏଥିରେ ପିଆଇବି ଭୁବନେଶ୍ୱରର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ। ବାଲେଶ୍ୱର ଜିଲ୍ଲାର ଶହେରୁ ଅଧିକ ସାମ୍ବାଦିକ ଏହି କର୍ମଶାଳାରେ ଯୋଗଦେଇ ମତ ବିନିମୟ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଯୋଗ ଦେଇଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories