www.samajalive.in
Saturday, December 13, 2025
26.1 C
Bhubaneswar

ତଥାପି ଅପହଞ୍ଚ ମୁନ୍ଦାଏ ପାଣି, ଭାରତରେ ୧୧ କୋଟି ଗ୍ରାମୀଣ ପରିବାରକୁ ମିଳୁଛି ପାଇପ ଯୋଗେ ଜଳ

ଡେସ୍କ: ୧୯୯୩ ମସିହା ମାର୍ଚ୍ଚ ୨୨ ପରଠାରୁ ପ୍ରତ୍ୟେକ ବର୍ଷ ଏହି ଦିନକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଥିଲେ ମଧ୍ୟ ଭାରତରେ ଏ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ମାତ୍ର ୧୧ କୋଟି ପରିବାରକୁ ପାଇପ ଯୋଗେ ଜଳ ଯୋଗାଣ ସମ୍ଭବ ହୋଇଥିବା ପରିସଂଖ୍ୟାନ କହୁଛି। ୨୦୩୦ ସୁଦ୍ଧା ବିଶ୍ୱର ସମସ୍ତଙ୍କୁ ଜଳ ଓ ସ୍ୱଚ୍ଛତା ଯୋଗାଇ ଦେବା ଲକ୍ଷ୍ୟ ହାସଲ ଲାଗି ଜଳ ଜୀବନ ମିଶନ, ଅଟଳ ଭୁଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଏବଂ ନମାମି ଗଙ୍ଗେ ଭଳି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଭୂତଳ ଜଳ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ଭାରତରେ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇପ ଯୋଗେ ଜଳ ଯୋଗାଣ ଲକ୍ଷ ହାସଲ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଅଧୀନରେ ଏ ପର୍ଯ୍ୟନ୍ତ ୧୧ କୋଟି ୪୯ ଲକ୍ଷ ପରିବାରକୁ ଏହି ବ୍ୟବସ୍ତା ସମ୍ପ୍ରସାରିତ ହୋଇପାରିଛି। ଏଥିଲାଗି ୨୦୧୮-୧୯ ବଜେଟରେ ୫ ହଜାର ୫୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ବେଳେ ୨୦୨୨-୨୩ ବଜେଟରେ ୭୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories