www.samajalive.in
Monday, December 8, 2025
20.1 C
Bhubaneswar

ହରଭଙ୍ଗା ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା

ହରଭଙ୍ଗା: ଗ୍ରୀଷ୍ମ ଆରମ୍ଭରୁ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଛି। ସମ୍ପ୍ରତି ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ପାଣି ଟୋପାଏ ପାଇଁ ଲୋକେ ନଦୀରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ପ୍ରକାଶ ଯେ, ଗତ ୨୪ବର୍ଷ ତଳେ ହରଭଙ୍ଗା ଗ୍ରାମର ୫ଟି ଓ୍ବାର୍ଡବାସୀଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ମହାନଦୀରୁ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପ୍ରଥମେ ମହାନଦୀ କୂଳରେ ଗୋଟିଏ ଇନଟେକ କୂଅ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ଏଥିରୁ ଜଳ କ୍ଷମତା ଖରାଦିନେ ହ୍ରାସ ପାଇବାରୁ ନଦୀ ଗର୍ଭରେ ଆଉ ଏକ ଇନଟେକ କୂଅ ସାଙ୍ଗକୁ ଶିବମନ୍ଦିର ନିକଟରେ ଓଭରହେଡ ଟ୍ୟାଙ୍କ ଏବଂ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତ୍ୟାଦି ଲକ୍ଷ ଲକ୍ଷ ଟଙ୍କାରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ନିର୍ମାଣ କରାଗଲା। ଗତ ଏକ ମାସହେଲା ଦୁଇଟିଯାକ ଇନଟେକ କୂଅରେ ଜଳକ୍ଷମତା ହ୍ରାସ ଯୋଗୁଁ ହରଭଙ୍ଗା ଗ୍ରାମରେ ଜଳ ଯୋଗାଣ ଠପ୍‌‌ ହୋଇପଡ଼ିଛି। ଫଳରେ ଲୋକେ ପାଣି ଟୋପାଏ ପାଇଁ ବୋତଲ, ଡେକଚି, ଗରା ଧରି ଏ ନଳକୂଅ ସେ କୂଅ ଏବଂ ନଦୀ ଚୂଆ ପାଣି ଉପରେ ନିର୍ଭର କରିବାକୁ ପଡୁଛି। ଏଭଳି ଅବସ୍ଥାରେ ହରଭଙ୍ଗା ଗ୍ରାମର ଜନସାଧାରଣ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାବେଳେ ଜଳ ଓ ପରିମଳ ବିଭାଗ ଏ ଦିଗରେ ଗ୍ରୀଷ୍ମପ୍ରବାହ ପୂର୍ବରୁ ଆଦୌ ଦୃଷ୍ଟି ନ ଦେବା ଫଳରେ ସାଧାରଣ ଜନତାଙ୍କୁ ପିଇବା ପାଣି ଟୋପାଏ ପାଇଁ ଝାଳନାଳ ହେବାକୁ ପଡୁଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି। ଏ ସମ୍ପର୍କରେ ମତାମତ ପାଇଁ ହରଭଙ୍ଗା ଜଳ ଓ ପରିମଳ ଯନ୍ତ୍ରୀ ଶିବଶଙ୍କର ମଲ୍ଲିକଙ୍କୁ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories