www.samajalive.in
Sunday, December 14, 2025
26.1 C
Bhubaneswar

ଏଲଓସି ନିକଟରେ ମା’ ଶାରଦାଙ୍କ ମନ୍ଦିର ଉଦ୍‌ଘାଟନ କ​‌ଲେ ଶାହ, କହିଲେ-‘‘…ଆରମ୍ଭ’’

ଶ୍ରୀନଗର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କାଶ୍ମୀରର କରନାହ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ମା’ ଶାରଦା ଦେବୀଙ୍କ ମନ୍ଦିର ଉଦ୍‌ଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରି ଶାହ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଏହାର ପୁରୁଣା ପରମ୍ପରା ଓ ସଂସ୍କୃତି ଆଡ଼କୁ ଫେରୁଛି। ସେ କହିଛନ୍ତି ଯେ, ମନ୍ଦିର ଖୋଲିବା ଏକ ନୂଆ ସକାଳର ଆରମ୍ଭ ଏବଂ ଶାରଦା ସଂସ୍କୃତିକୁ ପୁନର୍ଜୀବିତ କରିବାର ପ୍ରୟାସ। ଆମ ନୂତନ ବର୍ଷର ଶୁଭ ଅବସରରେ ଭକ୍ତମାନଙ୍କ ପାଇଁ ମା’ ଶାରଦାଙ୍କ ମନ୍ଦିର ଖୋଲାଯାଉଛି। ସମଗ୍ର ଦେଶର ଭକ୍ତଙ୍କ ପାଇଁ ଏହା ଏକ ଶୁଭ ସଙ୍କେତ। ମା’ ଶାରଦାଙ୍କ ଆଶୀର୍ବାଦ ଆସନ୍ତା ଯୁଗ ଯୁଗ ପାଇଁ ସମଗ୍ର ଦେଶ ଉପରେ ରହିବ ବୋଲି କହିଛନ୍ତି ଶାହ।

ଶାହ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସବୁ କ୍ଷେତ୍ରରେ ପଦକ୍ଷେପ ନେଇଛି, ଯେଉଁଥିରେ ଧାର୍ମିକ ମହତ୍ବ ଥିବା ୧୨୩ଟି ସ୍ଥାନରେ ନବୀକରଣ କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ, ଜିଆରତ ଶରିଫ ରେସିମାଲା, ରାମ ମନ୍ଦିର, ସଫାକଦଲ ମନ୍ଦିର, ହଲୋଟି ଗୋମ୍ପା ମନ୍ଦିର, ଜଗନ୍ନାଥ ମନ୍ଦିର ସମେତ ଅନେକ ମନ୍ଦିର ଏବଂ ସୁଫି ସ୍ଥଳମାନଙ୍କର ନବୀକରଣ କରାଯାଉଛି। ସେ କହିଛନ୍ତି, ୬୫ କୋଟି ଟଙ୍କା ବଜେଟ୍ ଆବଣ୍ଟନ କରାଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ୩୫ଟି ସ୍ଥାନର ନବୀକରଣ ଏବଂ ପୁନରୁଦ୍ଧାର କରାଯିବ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories