www.samajalive.in
Sunday, December 14, 2025
26.1 C
Bhubaneswar

ରେଶମାଙ୍କୁ ହତ୍ୟା କରି ଝୁଲି ପଡିଲେ ସ୍ୱାମୀ ହେମନ୍ତ

ଭୁବନେଶ୍ୱର(ସମାଜ ଡିଜିଟାଲ ଡେସ୍କ) – ସୁନ୍ଦରଗଡ ତଳସରା ଦମକୁଡାରେ ସ୍ତ୍ରୀ ରେଶମାଙ୍କୁ ତକିଆରେ ଚିପି ହତ୍ୟା କରିବା ପରେ ରଶିରେ ଝୁଲି ସ୍ୱାମୀ ହେମନ୍ତ ଆତ୍ମହତ୍ୟା କରିଥିବା ଅଭିଯୋ ହୋଇଛି ।
ବର୍ଷେ ତଳେ ରେଶମା ଏବଂ ହେମନ୍ତଙ୍କ ବିବାହ ହୋଇଥିଲା । ହେଲେ କିଛିଦିନ ହେବ ସେମାନଙ୍କ ସମ୍ପର୍କ ଭଲ ନଥିଲା । ଉଭୟ ଅଲଗା ରହୁଥିଲେ । ହେମନ୍ତ ଦାଦନରେ କାମ କରିବା ପାଇଁ ଗୋଆ ଚାଲିଯାଇଥିଲେ ।

କିଛି ଦିନ ହେବ ହେମନ୍ତ ଗାଁକୁ ଫେରି ସ୍ଥାନୀୟ ଇଟା ଭାଟିରେ କାମ କରୁଥିଲେ । ରେଶମା ମଧ୍ୟ ସେହି ଭାଟିରେ କାମ କରୁଥିଲେ । ଗତକାଲି ଉଭୟ ଏକାଠି ଫେରିଥିଲେ । ରେଶମା ଏବଂ ହେମନ୍ତ ଏକାଠି ଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଝଗଡା ହୋଇଥିବା ଅନୁମାନ କରାଯାଉଛି । ହେମନ୍ତ, ରେଶମାଙ୍କୁ ହତ୍ୟା କରିବା ପରେ ନିଜେ ରଶି ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଏହାର ତଦନ୍ତ କରୁଛନ୍ତି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories