ସମ୍ବଲପୁର: ସମ୍ବଲପୁର ବନ ବିଭାଗ ତରଫରୁ ସ୍ଥାନୀୟ ବ୍ରୃକ୍ସହିଲ ସ୍ଥିତ ଆରସିସିଏଫ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ବିଶ୍ୱ ଫରେଷ୍ଟ୍ରି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆରିସିସିଏଫ ଅଶୋକ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବନ ବିଭାଗର ଅଧିକାରୀ, କର୍ମଚାରୀ, ଭିଏସଏସ ଓ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ। ଚାରାରୋପଣ ଓ ବନାନୀ ସୃଷ୍ଟି ପାଇଁ ଡାକରା ଗ୍ରାମ ପଞ୍ଚାୟତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲି, ରେଢ଼ାଖୋଲ ବ୍ରାହ୍ମଣିପାଲିର ସିଦ୍ଧେଶ୍ବର ବାବା ଉଚ୍ଚ ବିଦ୍ୟାଳୟ ଓ ଭଲିଆକଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କୁ ସ୍ୱତନ୍ତ୍ର ରୂପେ ପୁରସ୍କୃତ କରାଯାଇଛି। ସେହିଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବନ ବିଭାଗର ଅଧିକାରୀ ମଦନ ଲାଲ ଶର୍ମା, ତେଜରାଜ ନାୟକ, ଲଳିତା ଭୋଇ, ପୁର୍ଣ୍ଣଚନ୍ଦ୍ର ମହାନ୍ତ, ପୃଥ୍ୱୀରାଜ ବେହେରା, କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ପ୍ରଶାନ୍ତ ଓରାମ, ସୁରେନ୍ଦ୍ର କୁମାର ଡନସନା, ସନ୍ତୋଷ କାଲୋ ଓ ଭାଗ୍ୟଶ୍ରୀ ଦୀପଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି। ଏହି ଅବସରରେ ସମ୍ବଲପୁର ଡିଏଫଓ ବିଶ୍ୱନାଥ ନିଳାମ୍ବର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ।
Popular Categories



