କୋଭିଡ ସମୟର ବକେୟା ପାଉଣା ଦାବି

ସମ୍ବଲପୁର: ଓଡ଼ିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଭିମସାର ରେ କୋଭିଡ ମହାମାରୀ ସମୟରେ ବକେୟା ପାଉଣା ପ୍ରଦାନ ଓ ଛଟେଇ ହୋଇଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦାବି କରାଯାଇଛି। ଏହି ମର୍ମରେ ଜିଲାପାଳ ଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, କୋଭିଡ ସମୟରେ ବୁର୍ଲା ଭିମସାର ଡାକ୍ତରଖାନାରେ ଚତୁର୍ଥ ଶ୍ରେଣୀ ଭାବରେ କାର୍ଯ୍ୟ କରିଥିବା ୪୦ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ଇନସେନଟିଭ ବାବଦରେ ଥିବା ବକେୟା ପାଉଣା ପ୍ରଦାନ କରିବାକୁ ଦାବି କରାଯାଇଛି। କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ଏହି ବ୍ୟକ୍ତି ମାନଙ୍କୁ ଛଟେଇ କରାଯାଇଥିବାରୁ ସେମାନେ ଏବେ ଅତ୍ୟନ୍ତ କଷ୍ଟରେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ତୁରନ୍ତ ସେମାନଙ୍କର ବକେୟା ଇନସେନଟିଭ ପ୍ରଦାନ ସହିତ ପୁନଃ ନିଯୁକ୍ତି କରି ଥଇଥାନ କରିବାକୁ ଓଡ଼ିଶା ଆଦିବାସୀ ଦଳିତ ସେନାଙ୍କ ସଭାପତି ପ୍ରଶାନ୍ତ କୁମାର ହାଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Comments are closed.