ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ଚଢା଼ଉ କରାଯାଇ ଏକ ବୋଲେରୋ ପିକ୍ଅପ ଓ ଏକ ଟ୍ରାକ୍ଟର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏହା ସହ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ପୁଲିସ ଏହି ଘଟଣାରେ ବ୍ୟବହାର କରାଯାଇଥିବା ୨ଟି ମଟର ସାଇକେଲ ମଧ୍ୟ ଜବତ କରିଛି। ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଗତ ସୋମବାର ରାତିରେ ତେଲିବନ୍ଧ ନିକଟସ୍ଥ ହରିପୁର ଛକ ଠାରୁ ପ୍ରାୟ ୨୦୦ କେଜି ଗଂଜେଇ ଜବତ କରାଯାଇଛି। ରାଜ୍ୟ ବାହାର କୁ ଚାଲାଣ କରିବା ପାଇଁ ଏକ ବୋଲେରୋ ଗାଡିରେ ଗଂଜେଇ ସବୁ ଲୋଡ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ପକ୍ଷରୁ ଚଢା଼ଉ କରାଯାଇଥିଲା। ଅଭିଯୁକ୍ତମାନେ ଗୋଟିଏ ଟ୍ରାକ୍ଟରରେ ଗଂଜେଇ ସବୁ ଆଣି ବୋଲେରୋ ଗାଡିରେ ଲୋଡ କରୁଥିଲେ। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ତରଭା ଅଞ୍ଚଳ ସିଙ୍ଗାରି ଗ୍ରାମର ନବୀନ କହଁର, ପୂର୍ଣ୍ଣ ଝାଙ୍କର, ଜୀବନ ରାଉତ ଓ ତପନ ଦେହୁରୀ। ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି।
Popular Categories



