ତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ ବାରମାଣ ଜଙ୍ଗଲ ନିକଟବର୍ତ୍ତୀରେ ଥିବା ଏକ ବେଆଇନ କ୍ରସର ଉପରେ ତିଗିରିଆ ତହସିଲ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ ପରେ କ୍ରସର ସିଲ୍ କରାଯାଇଥିବା ଜଣାପଡିଛି। ଜଙ୍ଗଲ ଜମି ନିକଟରେ ଏକ ଘରୋଇ ଜମି ଉପରେ ଉକ୍ତ ବେଆଇନ କ୍ରସରଟି ଗଢି ଉଠିଥିଲା। ସେଠାରେ ଥିବା କ୍ରସର ମେସିନ ଏବଂ ପରିସରରେ ଥିବା ଏକ ଘରକୁ ସିଲ୍ କରାଯାଇଥିବା ତହସିଲଦାର ପ୍ରମୋଦ କୁମାର ବାସ୍କେ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି, ଥାନା ଅଧିକାରୀ ସୁଚିତ୍ରା ଜେନା, ସବଇନସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ନିଜିଗଡ଼ ରାଜସ୍ବ ନୀରିକ୍ଷକ ରାମନାଥ ଗୁରୁ ପ୍ରମୁଖ ସାମିଲ ହୋଇଥିଲେ।
Popular Categories



