www.samajalive.in
Sunday, December 14, 2025
26.1 C
Bhubaneswar

ମାଲକାନଗିରି ସୀମାରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି – ମାଲକାନଗିରି ସୀମା ଆନ୍ଧ୍ରର କୁସୁମ୍ପୁଟରୁ ବିସ୍ଫୋରକ ସହ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ଏଥିରେ ୬ଟି ଟିଫିନ୍‌ , ଓ୍ୱାକିଟକି ଏବଂ ବୈଦ୍ୟୁତିକ ଉପକରଣ ଜବତ କରାଯାଇଛି । ମାଲକାନଗିର ଏସ୍‌ପି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର କୁସୁମପୁଟ ଅଂଚଳରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୋଲିସ କୁ ମିଳିଲା ବଡ଼ ସଫଳତା, ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ନେଇ ମାଲକାନଗିରି ଏସପି ଦେଲେ ସୂଚନା। ମାଲକାନଗିରି ପୋଲିସ ପକ୍ଷରୁ ଅନେକ ସମୟରେ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡ଼ ରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଏହି ଅପରେସନ ସମୟରେ ଆନ୍ଧ୍ର ର କୁସମପୁଟ ଅଂଚଳରେ ଯବାନ ଙ୍କୁ ମାଓବାଦୀ ଙ୍କ ଦ୍ଵାରା ଲୁଚାଇ ରଖାଯାଇଥିବା

- Advertisement -

୫୦ ରୁ ୬୦ କିଲୋ ଓଜନର କର୍ଡେକ୍ସ ତାର, ବିସ୍ଫୋରକ ସହିତ ୬ ଟି ଟିଫିନ୍, ୨ ଟି ୱାକି ଟକି ଏବଂ ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ଓ ସାମଗ୍ରୀ ମିଳିଥିବା ମାଲକାନଗିରି ଏସପି ନିତେସ ୱାଧୱାନି ସୂଚନା ଦେଇଛନ୍ତି | ତେବେ ବର୍ତ୍ତମାନ ମଧ୍ୟ ଅନେକ ମାଓ ଉପଦ୍ରବ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ଥିବା ସେ ପ୍ରକାଶ କରିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories