ଖେଚୁଡି ଚାଖି ବିଲ୍‌ ଗେଟସ୍‌ କହିଲେ ଅତି ସ୍ୱାଦିଷ୍ଟ ଏବଂ ମଜାଦାର

ମୁମ୍ବଇରେ ଆୟୋଜିତ ଏକ ଅନ୍ତର୍ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଲ୍ ଗେଟସ୍‌ ଯୋଗ ଦେଇଥିଲେ। ବିଶ୍ବର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ହେଲେ ବିଲ୍, ଏବେ ସେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାମରେ ଯୋଗ ଦେଉଛନ୍ତି।

prayash

ମୁମ୍ବଇର ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ରାଜନେତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ। ସ୍ମୃତି ଦର୍ଶକଙ୍କ ଉତ୍ସାହକୁ ଦେଖି ଖେଚୁଡ଼ି ରାନ୍ଧିଲେ। ସବୁଠୁ ମଜାର କଥା ହେଲା, ବିଲ୍ ଗେଟସ୍ ଆସି ସ୍ମୃତିଙ୍କ ପାଖେ ଛିଡ଼ା ହୋଇ ରୋଷେଇ ଦେଖିଲେ।

ବିଲ୍‌ଙ୍କର ଆଗ୍ରହ ଦେଖି ସ୍ମୃତି କହିଲେ, ସାର୍ ଆପଣ ଖେଚୁଡ଼ିରେ ଛୁଙ୍କ ଦେବେ କି। ବିଲ୍ ବି ଭାରି ଆଗ୍ରହରେ ଦେଶୀ ଖେଚୁଡ଼ିରେ ଛୁଙ୍କ ଦେଇ ତା’ ସ୍ବାଦ ଚାଖି କହିଥିଲେ, ଓଃ କେତେ ମଜାଦାର୍।

Comments are closed.