www.samajalive.in
Sunday, December 14, 2025
26.1 C
Bhubaneswar

ମୋବାଇଲ୍‌ ଟାଓ୍ୱାର ବିକିରଣରେ ନଷ୍ଟ ହେଉଛନ୍ତି ଘରଚଟିଆ !

ବିଶିଷ୍ଟ ପରିବେଶବିତ୍‌‌ ମହମ୍ମଦ୍‌‌ ଦିଲ୍‌‌ୱାର୍‌‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଘରଚଟିଆର ବୈଜ୍ଞାନିକ ନାମ ପାସୋରିଡ୍‌‌। ଉତ୍ପତିସ୍ଥଳ ଭୂମଧ୍ୟସାଗରୀୟ ଅଞ୍ଚଳ। ବିଟ୍ରେନ୍‌‌, ପ୍ରାନ୍ସ, ପ୍ୟାରିସ୍‌‌, ଜର୍ମାନୀ, ବେଲ୍‌‌ଜିୟମ୍‌‌, ଇଟାଲୀ, ନେଦରଲାଣ୍ଡ, ଫିନ୍‌‌ଲାଣ୍ଡ୍‌‌ରେ ଏମାନେ ବସବାସ କରୁଥିଲେ ହେଁ ଏମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ୨୦୦୪ ମସିହାରେ ବିଶ୍ୱ ଜୈବସଂକ୍ଷଣ ସଂସ୍ଥା ସର୍ଭେ ଆଧାରରେ ବିଗତ ୪୦-୫୦ ବର୍ଷ ମଧ୍ୟରେ ଶତକଡା ୯୦ ଭାଗ ଘରଚଟିଆ ବିଲୁପ୍ତ ହୋଇଯାଇଛନ୍ତି। ବାକି ଶତକଡା ୧୦ ଭାଗ ଜୀବିତ ପକ୍ଷୀଙ୍କ ଯତ୍ନ ନେବା ଆମ ପାଇଁ ଜରୁରୀ। ଦିଲ୍ଲୀ ସରକାର ୨୦୧୨ ମସିହାରେ ଘରଚଟିଆକୁ ଦିଲ୍ଲୀ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି।
ଘରଚଟିଆ ଧୂସର ରଙ୍ଗର କ୍ଷୁଦ୍ର ପକ୍ଷୀଟିଏ। ଏମାନେ ପ୍ରାୟତଃ ଚାଳଘରେ ରୁହନ୍ତି।

 

- Advertisement -

ଗଛ, ପାହାଡ଼ଖୋଲ, ପୋଲ, ନଦୀକୂଳ ଇତ୍ୟାଦି ଜାଗାରେ ମଧ୍ୟ ବସା ବାନ୍ଧନ୍ତି। ରହଣି ସ୍ଥାନରୁ ୧.୫ରୁ ୨ ମାଇଲ୍‌‌ ପର୍ଯ୍ୟନ୍ତ ଖାଦ୍ୟ ଅନ୍ୱେଷଣରେ ଯାଆନ୍ତି। ଘରଚଟିଆ ପକ୍ଷୀର ଲମ୍ବ ୧୯-୨୮ ସେ.ମି। ପୁରୁଷ ଘରଚଟିଆର ମଥା, ଗଳା ଧୂସର ବା ଈଷତ୍‌‌ କଳାରଙ୍ଗର। ଏମାନଙ୍କ କଳରବ କ୍ଷୁଦ୍ର ଏବଂ ଅବିଶ୍ରାନ୍ତି। ଅଣ୍ଡାରୁ ଛୁଆ ଫୁଟିବାକୁ ୧୦ରୁ ୧୨ ଦିନ ଲାଗିଥାଏ। ମାତ୍ର ଆଜିର ଅସନ୍ତୁଳିତ ପରିବେଶ, ଜଙ୍ଗଲ ପରିମାଣ ହ୍ରାସ, ପକ୍କାଘର, ରାସାୟନିକ ସାର ବ୍ୟବହାର, କୀଟନାଶକ, ପେଟ୍ରୋଲ୍‌‌, ଡିଜେଲ, ଧୂଆଁ, ଗାଡ଼ିର ହର୍ନ ଏବଂ ମୋବାଇଲ୍‌‌ ଟାୱାରର ବିକିରଣ ପ୍ରଭାବରେ ଏମାନଙ୍କ ଅବସ୍ଥା ବିଲୋପ ଆଡ଼କୁ ଗତି କରୁଛି। ଇଣ୍ଡିଆନ୍‌‌ କ୍ରେନ୍ସ ଆଣ୍ଡ ୱେଟ୍‌‌ଲ୍ୟାଣ୍ଡସ୍‌‌ ୱାର୍କିଂ ଗ୍ରୁପ୍‌‌ର କେ.ଏସ୍‌‌. ଗୋପୀସୁନ୍ଦରଙ୍କ ମତରେ ଚାଷ ଜମିରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଘରଚଟିଆଙ୍କ ଖାଦ୍ୟ ଉପଯୋଗୀ କୀଟ, ପୋକ, ମରିଯାଉଛନ୍ତି। ତେଣୁ ଖାଦ୍ୟ ଅଭାବ ସେମାନଙ୍କ ମୃତ୍ୟୁର ମୁଖ୍ୟ କାରଣ।

ଘରଚଟିଆଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା ବାଂଛନୀୟ। ନ ହେଲେ ଶାଗୁଣା ଭଳି ଏମାନଙ୍କୁ ବାହାର ରାଜ୍ୟରୁ ଆଣି ଚଡ଼ିଆଖାନାରେ ରଖିବାକୁ ହେବ। ଘରଚଟିଆ ଏକ ଉପକାରୀ ପକ୍ଷୀ। ଶସ୍ୟକ୍ଷେତ୍ରରେ ଅପକାରୀ କୀଟ, ଯଥା- ଉଇ, ଝିଣ୍ଟିକା, ଲେଡି ପୋକ ଆଦିକୁ ଖାଇଥାନ୍ତି। ତେଣୁ ଏହି କ୍ଷୁଦ୍ରପକ୍ଷୀଟି କୃଷକର ବନ୍ଧୁ। ସୂର୍ଯ୍ୟାସ୍ତ ପୂର୍ବରୁ ଘରଚଟିଆର ନୀଡ଼ବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ମନୋରମ। ତେଣୁ ସେମାନଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ। ପ୍ରତିଦିନ ମୁଠିଏ ଚାଉଳ ଘର ଅଗଣା କିମ୍ବା ଛାତ ଉପରେ ଥୋଇବା। ପାଖରେ ପାଣିପାତ୍ରଟିଏ ରଖିବା। ସର୍ବଶିକ୍ଷାରେ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଚାଉଳରୁ ମାତ୍ର ଦୁଇମୁଠା ପ୍ରତିଦିନ ବିଦ୍ୟାଳୟ ପିଲାଏ ଦେଲେ ପରିବେଶ ବିଜ୍ଞାନ ବୁଝିବା ସହ ସେମାନଙ୍କୁ ନୈତିକ ଶିକ୍ଷା ମିଳିପାରିବ।

ମହାମୁନୀ ବ୍ୟାସସ୍ତୃତି (୩/୩୬) କହିଛନ୍ତି- ପଶୁପକ୍ଷୀମାନଙ୍କୁ କିଛି କିଛି ଖାଦ୍ୟ ନିତ୍ୟ ଦାନ କରିବା ଉଚିତ୍‌‌, ଏହାଦ୍ୱାରା ଆମର ରିଷ୍ଟ ଖଣ୍ଡନ ସହିତ ଚଲାପଥ କୁୁସୁମିତ ହେବ। ଆମ ଲୋକପ୍ରିୟ ସରକାର ଘରଚଟିଆ ପକ୍ଷୀକୁ ରାଜ୍ୟ ପକ୍ଷୀର ମାନ୍ୟତା ପାଇଁ ବିଚାରକରି ସବୁ ସରକାରୀ ଓ ବେସରକାରୀ ଅଫିସ୍‌‌ ଛାତରେ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ପକ୍ଷୀ ବଂଶ ବୃଦ୍ଧିରେ ସହାୟକ ହେବ।
ପୀତାମ୍ବର ରାଉତ
ନିଆଳି, କଟକ
ଦୂରଭାଷ: ୯୯୩୭୬୬୨୧୮୭

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories