www.samajalive.in
Friday, December 5, 2025
20.1 C
Bhubaneswar

୩୩ ବର୍ଷରେ ପାଦ ଦେଇଛନ୍ତି କ୍ରିଷ୍ଟାଲ୍ ଡିସୁଜା

ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରିଷ୍ଟାଲ୍ ଡିସୁଜା ୩୩ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ରେ ଟେଲିଜଗତରେ ସେ ‘କହୋ ନା କହୋ’ ଧାରାବାହିକରେ କାମ କରି କ୍ୟାରିୟର ଆରମ୍ଭ କରିଥିଲେ। ତା’ ପରେ ‘ଏକ ହଜାରୋଁ ପେ ମେରି ବେହନା ହୈ’ ପାଇଁ ସେ ହିଟ୍ ନାୟିକାର ପରିଚୟ ପାଇଲେ। କ୍ରିଷ୍ଟାଲ୍ ଏବେ ଟିଭିଜଗତରେ ସବୁଠୁ ଅଧିକ ପାଉଣା ପାଉଥିବା ଅଭିନେତ୍ରୀ, ଇନଷ୍ଟାଗ୍ରାମ୍‌ରେ ବି ତାଙ୍କ ପ୍ରଶଂସକ ସଂଖ୍ୟା ବଢ଼ିଚାଲିଛନ୍ତି।

ସୁପରହିଟ୍ ଅଭିନେତ୍ରୀ କ୍ରିଷ୍ଟାଲ୍ ଅଭିନୟଜଗତକୁ ଆସିବାକୁ ଜମାରୁ ଚାହୁଁନଥିଲେ। ତାଙ୍କ ଲକ୍ଷ୍ୟ ଥିଲା ବିମାନ ପରିଚାରିକା ହୋଇ ଗଗନରେ ଉଡ଼ିବେ। ଭାଗ୍ୟ କିନ୍ତୁ ତାଙ୍କ ପାଇଁ ଅଲଗା କିଛି ସ୍ଥିର କରିଥିଲା।

- Advertisement -

krystle-beautyବିମାନ ପରିଚାରିକା ପାଇଁ ପାଠ୍ୟକ୍ରମରେ ଭର୍ତ୍ତି ହେବା ସମୟରେ ଗୋଟିଏ ବିଜ୍ଞାପନରେ କ୍ରିଷ୍ଟାଲ୍‌ଙ୍କୁ ସୁଯୋଗ ମିଳିଲା। ସାଙ୍ଗସାଥୀଙ୍କ ପରାମର୍ଶରେ ସେ କାମ ବି କଲେ। ସେଇଠୁ ତାଙ୍କୁ ଟେଲିଜଗତର ଅଫର୍ ଆସିଲା। ପାଠପଢ଼ାକୁ ଅଧାରୁ ରଖି କ୍ରିଷ୍ଟାଲ୍‌ ଏପାଖେ ତାଙ୍କ ଟେଲି କ୍ୟାରିୟରକୁ ଆଗକୁ ବଢ଼ାଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories