www.samajalive.in
Monday, December 8, 2025
13.1 C
Bhubaneswar

୩୩ ବର୍ଷରେ ପାଦ ଦେଇଛନ୍ତି କ୍ରିଷ୍ଟାଲ୍ ଡିସୁଜା

ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରିଷ୍ଟାଲ୍ ଡିସୁଜା ୩୩ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ରେ ଟେଲିଜଗତରେ ସେ ‘କହୋ ନା କହୋ’ ଧାରାବାହିକରେ କାମ କରି କ୍ୟାରିୟର ଆରମ୍ଭ କରିଥିଲେ। ତା’ ପରେ ‘ଏକ ହଜାରୋଁ ପେ ମେରି ବେହନା ହୈ’ ପାଇଁ ସେ ହିଟ୍ ନାୟିକାର ପରିଚୟ ପାଇଲେ। କ୍ରିଷ୍ଟାଲ୍ ଏବେ ଟିଭିଜଗତରେ ସବୁଠୁ ଅଧିକ ପାଉଣା ପାଉଥିବା ଅଭିନେତ୍ରୀ, ଇନଷ୍ଟାଗ୍ରାମ୍‌ରେ ବି ତାଙ୍କ ପ୍ରଶଂସକ ସଂଖ୍ୟା ବଢ଼ିଚାଲିଛନ୍ତି।

ସୁପରହିଟ୍ ଅଭିନେତ୍ରୀ କ୍ରିଷ୍ଟାଲ୍ ଅଭିନୟଜଗତକୁ ଆସିବାକୁ ଜମାରୁ ଚାହୁଁନଥିଲେ। ତାଙ୍କ ଲକ୍ଷ୍ୟ ଥିଲା ବିମାନ ପରିଚାରିକା ହୋଇ ଗଗନରେ ଉଡ଼ିବେ। ଭାଗ୍ୟ କିନ୍ତୁ ତାଙ୍କ ପାଇଁ ଅଲଗା କିଛି ସ୍ଥିର କରିଥିଲା।

- Advertisement -

krystle-beautyବିମାନ ପରିଚାରିକା ପାଇଁ ପାଠ୍ୟକ୍ରମରେ ଭର୍ତ୍ତି ହେବା ସମୟରେ ଗୋଟିଏ ବିଜ୍ଞାପନରେ କ୍ରିଷ୍ଟାଲ୍‌ଙ୍କୁ ସୁଯୋଗ ମିଳିଲା। ସାଙ୍ଗସାଥୀଙ୍କ ପରାମର୍ଶରେ ସେ କାମ ବି କଲେ। ସେଇଠୁ ତାଙ୍କୁ ଟେଲିଜଗତର ଅଫର୍ ଆସିଲା। ପାଠପଢ଼ାକୁ ଅଧାରୁ ରଖି କ୍ରିଷ୍ଟାଲ୍‌ ଏପାଖେ ତାଙ୍କ ଟେଲି କ୍ୟାରିୟରକୁ ଆଗକୁ ବଢ଼ାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories