www.samajalive.in
Sunday, December 7, 2025
23.1 C
Bhubaneswar

ନବରଙ୍ଗପୁରରେ ଆଇନ ସଚେତନତା ଶିବିର

ନବରଙ୍ଗପୁର: ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ରଙ୍ଗମାଟିଗୁଡା ଉନ୍ନତି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଆଇନଜୀବୀ, ପାରା ଲିଗାଲ ସଦସ୍ୟ ଏବଂ ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ନେଇ ଏସଟି ଓ ଏସସି ନିର୍ଯ୍ୟାତନା ଆଇନ ଏବଂ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜର୍ଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା।

ଏହି ଶିବିରରେ ଜନକ ରାଉତ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ବିଷୟରେ ସଚେତନ କରିଥିଲେ। ନନ୍ଦାହାଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ଆଇନଜୀବୀ ରାଜ କିଶୋର ନାଗ,ଆଇନଜୀବୀ କିଶୋରୀ ପଟ୍ଟନାୟକ ଓ ଜିଲା ପରିଷଦ ନନ୍ଦାହାଣ୍ଡି ବ୍ଲକ ଦିବ୍ୟଦନ ସୁନା ଭାଗନେଇ ବିଭିନ୍ନ ଆଈନ ବିଷୟରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories