www.samajalive.in
Saturday, December 13, 2025
18.1 C
Bhubaneswar

ଜିଲାସ୍ତରୀୟ କୁଲତା ନାଏକ ପରିବାର ସମାବେଶ

ନର୍ଲା:ନର୍ଲା ବ୍ଲକ ସ୍ଥିତ ସେରଗଡ ପଞ୍ଚାୟତର ଭାଟେଲ ଗ୍ରାମରେ କଳାହାଣ୍ଡି ଜିଲାସ୍ତରୀୟ କୁଲତା ଜାତିର ନାଏକ ପରିବାରର ଏକ ସମାବେଶ ଅନୁଷ୍ଠିତ ହୋଇଅଛି । ଜିଲାର ୬୦ଟି ଗାଁର ୧୦୦୦ରୁ ଉର୍ଦ୍ଧ୍ୱ ଜାତି ଭାଇଭଉଣୀ ମାନେ ଯୋଗଦାନ କରିଥିଲେ । ପରାସର ଗୋତ୍ର ନାଏକ ପରିବାରର ମଧ୍ୟରେ ପରଷ୍ପର ପରିଚୟ ସହିତ ମାନ୍ୟ ଓ କୁସଂସ୍କାର, ଅନ୍ଧ ବିଶ୍ବାସ ତଥା ନିଶା ନିବାରଣ ଏହି ସମାବେଶର ମୂଳ ଲକ୍ଷ୍ୟ ଥିଲା। ପ୍ରଥମେ ସମାବେଶର ପ୍ରାରମ୍ଭରେ ସ୍ଥାନୀୟ ତୁଳାପଡା ଗ୍ରାମରୁ ମଶାଲ ଯାତ୍ରା କରିଥିଲେ ସନ୍ତୋଷାନନ୍ଦ ନାୟକ ଓ ତାଙ୍କର ସହଯୋଗୀ ମାନେ।

ଏହାପରେ ଭାଟେଲ ଗ୍ରାମବାସୀ ଓ ଘଣ୍ଟମାଳ ସଂକୀର୍ତ୍ତନ ଦଳ ଭବ୍ୟ ସ୍ବାଗତ ଜଣାଇଥିଲେ। ନାଏକ ବଂଶ ସୁରକ୍ଷା ସମିତି କଳାହାଣ୍ଡିର ଆୟୋଜନରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବରିଷ୍ଠ ନାଗରିକ ସାରଥି ନାଏକ । ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲା ବଂଶ ସୁରକ୍ଷା ସମିତିର ସଭାପତି କେଶବ ଚନ୍ଦ୍ର ବିଶ୍ବାଳ । ମୁଖ୍ୟ ବକ୍ତା ଭାବରେ କବି ଗଣପତି ନାଏକ ଯୋଗଦେଇଥିଲେ ।

- Advertisement -

ସମ୍ମାନିତ ଅତିଥି ଭାବରେ ରଘୁନାଥ ନାଏକ ଓ ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ପ୍ରଦୀପ କୁମାର ନାଏକ, ହୃଷିକେଶ ନାଏକ,ନିର୍ମଳ ନାଏକ,କୃଷ୍ଣଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଉପ ସଭାପତି ଅରୁଣ ନାଏକ, ପଦ୍ମଚରଣ ନାଏକ, କୋଷାଧ୍ୟକ୍ଷ ମନମୋହନ ନାଏକ,ସୁରେଶ ନାଏକ ଓ ଜଗଦୀଶ ନାଏକ ଉପସ୍ଥିତ ଥିଲେ। ଏହି ଅବସରରେ ଗଣପତି ନାଏକଙ୍କ ରଚିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ନାଏକ ବଂଶର ବହୁ ପ୍ରତିଭା ଓ କୃତୀ,ଅବସରପ୍ରାପ୍ତ ସେନା,କୃଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଶିଶୁ କଳାକାର ମାନେ ନିଜର କଳା ପରିବେଷଣ କରିଥିଲେ। ନାଏକ ବଂଶ ଭିତରେ ବହୂ ପରିବାର ପରଷ୍ପରକୁ ଆଚିହ୍ନା ହୋଇ ରହିଛନ୍ତି।

ପରଷ୍ପର ପରିଚିତ ହେବା ସହ ମାନ୍ୟ ନିରୂପଣ କରିବା ଏହି ସମାବେଶର ମୂଳ ଲକ୍ଷ୍ୟ ବୋଲି ସଂପାଦକ ପ୍ରଦୀପ କୁମାର ନାଏକ ସୂଚନା ଦେଇଛନ୍ତି। ଭାଟେଲ ଗ୍ରାମବାସୀ ଜତିନ୍ଦ୍ର ନାଏକ ଓ ଯୁବରାଜ ନାଏକଙ୍କ ନେତୃତ୍ୱରେ ବ୍ୟବସ୍ଥାର ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମନମୋହନ ନାୟକ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories