www.samajalive.in
Saturday, December 13, 2025
21.1 C
Bhubaneswar

ଫିରିଙ୍ଗିଆ ପୁଲିସ ଜବତ କଲା ଏକ କ୍ୟୁଣ୍ଟାଲ ଗଞ୍ଜେଇ: ଜଣେ ଗିରଫ, ଦୁଇ ଫେରାର

ଫୁଲବାଣୀ: ଫିରିଙ୍ଗିଆ ପୁଲିସ ପକ୍ଷରୁ ଏକ କ୍ୟୁଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାଇ ହୋଇଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଗଞ୍ଜେଇ ନେବା ପାଇଁ ବ୍ୟବହାର କରିଥିବା ଏକ ଇଣ୍ଡିଗୋ କାରକୁ ଜବତ କରିବା ସହିତ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ ଏକ ଟାଟା ଇଣ୍ଡିଗୋ କାରରେ ଏକ କ୍ୟୁଣ୍ଟାଲରୁ ଅଧିକ ଗଞ୍ଜେଇ ଧରି ତାଲପଡା ଠାରୁ ଫୁଲବାଣୀ ଅଞ୍ଚଳରୁ ନେଇଯାଉଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଫିରିଙ୍ଗିଆ ପୁଲିସ ଟିମ ଗଞ୍ଜେଇ ବୋଝେଇ କାରକୁ ପିଛା କରିଥିଲା ଏବଂ ମାଝିପଡା ଘାଟିରେ ସେମାନଙ୍କୁ କାବୁ କରିଥିଲେ। ତିନି ଅଭିଯୁକ୍ତ ମଧ୍ୟରୁ ଜଣକୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇଜଣ ଘଟଣାସ୍ଥଳରୁ ଫେରାର ଥିବା ପୁଲିସ ସୂଚନା ଦେଇଛି।

- Advertisement -

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ତାଲପଡା ଅଂଚଳର ମାନିଆ ଦିଗାଲ ବୋଲି ଜଣାପଡିଛି। ପୁଲିସ ମାନିଆକୁ ଗିରଫ କରିବା ସହ କେସ ନମ୍ବର ୪୬/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories