ଧାମରା: ଧାମରା ଅଂଚଳରେ ବଜ୍ରାଘାତ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କରଞମାଳ ପଂଚାୟତ ଅଧିନସ୍ଥ ଗୁଆଁଶୋଳ ଗ୍ରାମର କାର୍ତିକ ମାଝୀ। ଗତକାଲି ବିଳମ୍ବିତ ରାତିରେ କାର୍ତିକ ମାଝୀ (୩୮) ନିଜର ଘର ଠାରୁ କିଛି ଦୂରରେ ଥିବା ନିଜ ପୋଖରୀ ପାଖକୁ ଯାଉଥିବା ସମୟରେ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତରେ ତାଙ୍କ ମୁହଁ ଏବଂ ଶରୀରର ବହୁ ଅଂଶ ପୋଡି ଯାଇଥିଲା। ଆଜି ସକାଳ ସମୟରେ ତାଙ୍କ ପରିବାର ଲୋକେ ପ୍ରଥମେ ବଇଁଚା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Popular Categories



