www.samajalive.in
Saturday, December 13, 2025
26.1 C
Bhubaneswar

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ନାମ ଲେଖା ଅଭିଯାନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପ୍ରବେଶ ନିମନ୍ତେ ନାମ ଲେଖା ଅଭିଯାନ ଆରମ୍ଭ ହୋଇଛି। ଆଜି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୱାଡେନ ଅନୁସୟା ସାମଲ, ସୁମିତ୍ରା ହୋତା, ଜଗାରାଓ କାଡ୍ରାକା ଓ କିଛି ଛାତ୍ରୀଙ୍କୁ ନେଇ ଉକ୍ତ ପଞ୍ଚାୟତର ଦୁର୍ଗମ ଅଞ୍ଚଳର ୫ଟି ଗାଁ ଅଣିକଣା, କୋଲାଙ୍ଗ, ମାଣ୍ଡାପୁଟ, ବାଲାପାଇ, ଚେରାପାଇରୁ ପ୍ରାୟ ୧୫ ଜଣ ଡ୍ରପଆଉଟ ବିଦ୍ୟାଳୟରେ ଜମା ନାମ ଲେଖାଇ ନଥିବା, ପିତା ମାତା ନଥିବା ଅନାଥ ବାଳିକାଙ୍କୁ ଆଣି ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଆହୁରି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଏପରି ବାଳିକା ଅଛନ୍ତି ସେମାନଙ୍କୁ ବିଦ୍ୟାଳୟ ଅଣାଯିବ ବୋଲି କହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମାର୍ଚ୍ଚ ୧୫ରୁ ୩୧ ମଧ୍ୟରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ନାମ ଲେଖାଯିବ ବୋଲି ନିର୍ଦେଶ ରହିଛି। ସେଥିରେ ଡ୍ରପଆଉଟ, ଭିନ୍ନକ୍ଷମ, ଅନାଥ, ବିଦ୍ୟାଳୟରେ ବିଲକୁଲ ନାମ ଲେଖାଇ ନ ଥିବା ବାଳିକାଙ୍କୁ ଆଣି ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ପାଠ ପଢ଼ାଇବା ବ୍ୟବସ୍ଥା ରହିଛି। ବର୍ତ୍ତମାନ ୪୩ ଜଣ ଛାତ୍ରୀଙ୍କୁ ଆଣି ନାମ ଲେଖାଯିବ ବୋଲି ୱାଡେନ ଅନୁସୟା ସାମଲ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories