www.samajalive.in
Saturday, December 13, 2025
26.1 C
Bhubaneswar

ଲଗାାଣ ବର୍ଷାରେ କାନ୍ଥ ପଡି ଶିଶୁ କନ୍ୟା ମୃତ, ମା ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଲଗାାଣ ବର୍ଷାରେ ଘର କାନ୍ଥ ଭାଙ୍ଗି ଜଣେ ଶିଶୁ କନ୍ୟା ମୃତ୍ୟୁ ବରଣ କରିଥିବା ବେଳେ ଶିଶୁ କନ୍ୟାର ମା ଓ ବାପା ଉଭୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ଭୋର ସମୟରେ ମେଟାଗୁଡା ଗ୍ରାମରେ ଆଇତା ମାଡକାମି ଓ ତାଙ୍କ ୪ ମାସର କୁନି ଝିଅ ସ୍ଵାତି ନିଜ ଘରେ ଶୋଇଥିବା ବେଳେ ଅଚାନକ ଘରର କାନ୍ଥ ଭାଙ୍ଗି ତିନିଜଣଙ୍କ ଉପରେ ପଡିଥିଲା। ଏହି ସମୟରେ ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଏହି ପରିବାରକୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ତୁରନ୍ତ ପରିବାର ଲୋକଙ୍କୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ୪ ମାସର କୁନି ଝିଅ ସ୍ଵାତିର ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ କହିଛନ୍ତି । ଅଚାନକ କାନ୍ଥ ପଡି ଯିବାରୁ ଆଇତା ମଧ୍ୟ ଖଣ୍ଡିଆ ଖାବରା ହୋଇ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଅନ୍ୟପଟେ ଏ ନେଇ ଖବର ପାଇ ପଡିଆ ବିଡିଓ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ କହିଛନ୍ତି। ତୁରନ୍ତ ଏହି ପରିବାରକୁ ଥଇଥାନ କରିବା ସହ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରି ବାସଗୃହ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିବାକୁ ସ୍ଥାନୀୟ ପିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories