www.samajalive.in
Saturday, December 13, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ସମ୍ବାଦ

(୧) ପଶ୍ଚିମାଝଡ଼ ପ୍ରଭାବରେ ବର୍ଷ ଯୋଗୁ ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲିଭିଥିବା ସ୍ପଷ୍ଟ କଲା ନାସା
(୨) ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ କୁମାରଙ୍କ ମୃତ୍ୟୁ, ଭୁବନେଶ୍ୱର ଖାରବେଳେ ନଗର ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
– ଏକ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ବେଡ଼ସିଟରେ ଆତ୍ମହତ୍ୟା କରିଥିବା ସୂଚନା
– କ୍ୟାପିଟାଲ ହସ୍ପିଟାଲରେ ହେବ ଶବ ବ୍ୟବଚ୍ଛେଦ
– ଆତ୍ମହତ୍ୟା ପାଇଁ ପ୍ରେମିକାକୁ ଦାୟୀ କଲେ ମୃତକଙ୍କ ମାମୁଁ
(୩) ସାମାଜିକ ଗଣମାଧ୍ୟମରେ ଖଲିସ୍ତାନୀ ନେତା ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମ୍ରିତପାଲ ସିଂ ଧରା ପଡିଥିବା ଖବର ମିଛ
– ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପଞ୍ଜାବ ପୁଲିସ
(୪) ଇକ୍ୟୁଏଡର ଏବଂ ଉତ୍ତର ପେରୁରେ ୬.୮ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ମୃତ, ଶତାଧିକ ଆହତ
– ଭୂକମ୍ପରେ ଅନେକ ଘରଦ୍ୱାର ନଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି
(୫) ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ୭୪ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ, ସେ ଯକୃତ ରୋଗରେ ପୀଡ଼ିତ ଥିଲେ
– ସ୍ୱର୍ଗତ ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇଥିଲେ
(୬) କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା
– ଅର୍ଚ୍ଚନା ନାଗ ମାମଲାରେ ଇଡି ଆଟାଚ୍‌ କରିଛି ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି
(୭) ପଶ୍ଚିମା ଝଡ଼ ପ୍ରଭାବ, ଆଜି ୧୭ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ପାଇଁ ସତର୍କତା ଜାରି
(୮) ଯୁବ ପ୍ରତିଭାକୁ ଚିହ୍ନଟ ଲାଗି ଆଜିଠୁ ୪ଟି କେନ୍ଦ୍ରରେ ଆରମ୍ଭ ହେବ ହକି ଇଣ୍ଡିଆର ଜୋନାଲ ଚାମ୍ପିଅନସିପ
(୯) ଭୁବନେଶ୍ବରରେ ଜୋରଦାର ସେଫ୍ ସିଟି ଡ୍ରାଇଭ
– କଟକ ରୋଡ୍ ଓ ରସୁଲଗଡ଼ରେ ବିଳମ୍ବିତ ରାତି ଯାଏ ଚାଲିଥିବା ବାର୍ ଓ ୪ଟି ହୋଟେଲରେ ଚଢ଼ାଉ
(୧୦) ଆଜିଠାରୁ ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା
(୧୧) ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଳିଲା ନ୍ୟାସନାଲ ଓ୍ବାଟର ଡାଇଜେଷ୍ଟ ପୁରସ୍କାର
(୧୨) ଗତକାଲି ପୁରୀ ବେଳାଭୂମିରେ ସ୍ନାନ ବେଳେ ଭାସିଯାଇଥିବା ସିଲିଗୁଡିର ସଞ୍ଜୟ ଘୋଷଙ୍କ ମୃତଦେହ ଉଦ୍ଧାର କଲା ସମୁଦ୍ରକୂଳ ପୁଲିସ
(୧୩) ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ଛକ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ରାତିରେ ଏକ ହାଇୱାକୁ ପଛରୁ ଧକ୍କା ଦେଲା ପାଣି କୋଚ ବସ, ବସ କଣ୍ଡକ୍ଟର ଓ ହାଇୱା ଚାଳକ ଗୁରୁତର, ବସର ସମସ୍ତ ଯାତ୍ରୀ ସୁରକ୍ଷିତ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories