www.samajalive.in
Saturday, December 13, 2025
26.1 C
Bhubaneswar

ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ଲଇଡା ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ବାଘ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ। ଗାଁ ସହର ଅଂଚଳରୁ ଲୁପ୍ତ ହୋଇଯାଉଥିବା କଳା ସଂସ୍କୃତି, ଖେଳ ଗୁଡିକ ପୁନଃରୁଦ୍ଧାର ଓ ଏଥିପ୍ରତି ଛାତ୍ର ଛାତ୍ରୀ ମାନଙ୍କ ମସ୍ତିଷ୍କ କିପରି ବିକଶିତ ହୋଇପାରିବ ସେଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପାରିକ ସଂସ୍କୃତିରେ ତିଆରି କରାଯାଇଥିବା ଖେଳ ଉପକରଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱରା ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ଲଇଡା ସିଆରସିସି ଧିରେନ ବୁଡ଼ା, କିନାଲୋଇ ସିଆରସିସି ବିନୋଦ ବିହାରୀ ସାହୁ ଲଇଡା ଓ ରେଙ୍ଗଲୋଇ ଗ୍ରାମ ପଞ୍ଚକ୍ଷୟତର ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories