www.samajalive.in
Saturday, December 13, 2025
26.1 C
Bhubaneswar

କାର୍ୟ୍ୟରତ କନେଷ୍ଟବଳ ଉପରେ ଟ୍ରକ୍ ଚଢ଼ିଗଲା, ଘଟଣାକୁ ନେଇ ଉତ୍ତେଜନା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନାରେ କାର୍ୟ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ (୫୫) ତୁରୁମୁଙ୍ଗା ବଜାର ଅଞ୍ଚଳରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ଵକୁ ସାଇକେଲ ଧରି ଯାଉଥିବା ବେଳେ କୋଲକାତାରୁ କେନ୍ଦୁଝର ଯାଉଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଥିଲେ। ତାଙ୍କୁ ତୁରନ୍ତ ଖିରେଇଟାଙ୍ଗିରୀ ପଥକର ଫାଟକ ରୋଗୀ ଯାନରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ କନେଷ୍ଟବଳଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଦାମୁଡ଼ିଗୋଡା ଗ୍ରାମର ବୋଲି ଜଣାପଡିଛି। ଗତ ୨ବର୍ଷ ହେଲା ସେ ତୁରୁମୁଙ୍ଗା ଥାନାରେ କାର୍ୟ୍ୟରତ ଥିଲେ। ପତ୍ନୀଙ୍କ ସହ ସେ ଏଠାରେ ଭଡ଼ା ଘରେ ରହୁଥିଲେ। ଘଟଣା ଘଟିବା ପରେ ପରେ ତୁରୁମୁଂଗା ଥାନାଧିକାରୀ ମଦନ ମୋହନ ନାଏକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ। ଦୁର୍ଘଟଣାସ୍ଥଳ ନିକଟରେ ହମ୍ପସ ନିର୍ମାଣ ଓ ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦିଆଯିବାକୁ ଲୋକ ମାନେ ଅଡ଼ି ବସିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି। କେନ୍ଦୁଝରରେ ଶବ ବ୍ୟବଚ୍ଛେଦ ପରେ ମରଶରୀରକୁ ଥାନା ପରିସରକୁ ଅଣାଯାଇଥିଲା। ତୁରୁମୁଙ୍ଗା ପୁଲିସ ଓ ସ୍ଥାନୀୟ ବୁଦ୍ଧିଜିବୀ ଓ ସ୍ଥାନୀୟ ବଜାରବାସୀଙ୍କ ପକ୍ଷରୁ ସ୍ବର୍ଗତ ମୂର୍ମୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମରଶରୀର ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories