www.samajalive.in
Monday, December 15, 2025
26.1 C
Bhubaneswar

ଓଡ଼ିଶାରେ ଚିହ୍ନଟ ସାମ୍ବାଦିକଙ୍କ ସଂଖ୍ୟା ୩୩୫୧

ଭୁବନେଶ୍ୱର : ସରକାର ରାଜ୍ୟରେ ୩୩୫୧ ସଂଖ୍ୟକ ସାମ୍ବାଦିକଙ୍କୁ ଚିହ୍ନଟ କରିଛନ୍ତି। ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବର୍ତ୍ତମାନ ସୁଦ୍ଧା ୭୬୨ ଜଣ ସାମ୍ବାଦିକ ଆବେଦନ କରିଛନ୍ତି। ବିଧାନସଭାରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ରଖିଥିବା ଏକ ଉତ୍ତରରୁ ଏହା ଜଣାପଡ଼ିଛି।
ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଜିଲାଗୁଡ଼ିକରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୬ ମସିହା ସୁଦ୍ଧା ରାଜ୍ୟରେ ୩୩୫୧ ଜଣ ସାମ୍ବାଦିକ ଚିହ୍ନଟ ହୋଇଛନ୍ତି। ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ନିୟମ ୨୦୧୬ ଫେବୃଆରୀ ୧୭ ରୁ ଲାଗୁ ହୋଇଛି। ଚିହ୍ନଟ ସାମ୍ବାଦିକଙ୍କ ମଧ୍ୟରୁ ୨୧୩୮ ଜଣ ବୀମାଭୁକ୍ତ ହେବା ଲାଗି ଆବେଦନ କରିଥିଲେ ମଧ୍ୟ ଆବଶ୍ୟକ ବୀମା କିସ୍ତି ଓ କାର୍ଯ୍ୟ କରୁଥିବା ସଂସ୍ଥାର ପ୍ରମାଣପତ୍ର ଦାଖଲ କରିନଥିଲେ। ପରେ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ନିୟମର ସଂଶୋଧନ ଏ ବର୍ଷ ଜାନୁଆରୀ ମାସରେ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଜିଲାସ୍ତରରେ ଚିହ୍ନଟ ସାମ୍ବାଦିକମାନଙ୍କ ପରିବାରର ସ୍ୱାସ୍ଥ୍ୟବୀମା ପାଇଁ ସରକାର ଶତପ୍ରତିଶତ ପ୍ରିମିୟମ୍‍ ଭରଣା କରିବେ।
ତଦନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୬୨ ଜଣ ଆବେଦନ କରିଛନ୍ତି। ଚିହ୍ନଟ ସାମ୍ବାଦିକଙ୍କ ସଂଖ୍ୟା ଆଧାରରେ ବୀମା ପ୍ରିମିୟମ୍‍ ସ୍ଥିରୀକୃତ ହେଲା ପରେ ସରକାର ସମ୍ପୂର୍ଣ୍ଣ ପ୍ରିମିୟମ୍‍ ଦେଇ ଏହି ସାମ୍ବାଦିକଙ୍କୁ ବୀମାଭୁକ୍ତ କରିବେ। ଏଥିଲାଗି ସାମ୍ବାଦିକଙ୍କୁ କୌଣସି ବୀମା କିସ୍ତି ଦେବାକୁ ପଡ଼ିବ ନାହିଁ। ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏହି ବୀମା କାର୍ଯ୍ୟ କରିବ। ତେବେ କାର୍ଯ୍ୟରତ ସାମ୍ବାଦିକଙ୍କ ତଥ୍ୟ ଜିଲା ସ୍ତରରୁ ସଂଗ୍ରହ କରି ବୀମାଭୁକ୍ତ ଲାଗି ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories