www.samajalive.in
Sunday, December 14, 2025
23.1 C
Bhubaneswar

୩୦ ଜଣିଆ ତାଲିକାରେ ସିନ୍ଧୁ ଓ ମାନ୍ଧାନା

ନୂଆଦିଲ୍ଲୀ : ଫୋର୍ବଜ ପତ୍ରିକା ପକ୍ଷରୁ ଏସିଆର ୩୦ ବର୍ଷରୁ କମ୍‍ ପ୍ରଭାବଶାଳୀ ‘କ୍ରୀଡ଼ା ଓ ମନୋରଞ୍ଜନ’ ବ୍ୟକ୍ତିତ୍ୱଙ୍କର ଏକ ୩୦ ଜଣିଆ ତାଲିକା ପ୍ରକାଶ ପାଇଛି। ଏଥିରେ ମହିଳା କ୍ରିକେଟ ତାରକା ସ୍ମୃତି ମାନ୍ଧାନା ଓ ମହିଳା ବ୍ୟାଡ୍‍ମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କ ସହ ୪ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ଅନ୍ୟ ଦୁଇଜଣ ହେଲେ ବଲିଉଡ୍‍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ ପୋଲୋ ଦଳର ଅଧିନାୟକ ପଦ୍ମନାଭ ସିଂହ।
୨୨ ବର୍ଷ ବୟସ୍କା ପି.ଭି. ସିନ୍ଧୁ ଏତେ କମ୍‍ ବୟସରୁ ଆନ୍ତର୍ଜାତିକ ସ୍ତରରେ ବହୁତ ସଫଳତା ପାଇଲେଣି। ଆସନ୍ତାମାସରେ ହେବାକୁ ଥିବା ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁଙ୍କୁ ଭାରତୀୟ ଜାତୀୟ ପତାକା ବହନ କରିବାର ସମ୍ମାନ ଦିଆଯାଇଛି। ସିନ୍ଧୁ ୨୦୧୬ ଅଲିମ୍ପିକ୍‍ସ ଓ ୨୦୧୭ ବିଶ୍ୱ ଚମ୍ପିଆନ୍‍ସିପ୍‍ରେ ରୌପ୍ୟପଦକ ଜିତିଛନ୍ତି। ବର୍ତ୍ତମାନ ସିନ୍ଧୁଙ୍କ ବିଶ୍ୱମାନ୍ୟତା ହେଉଛି ୩। ଆସନ୍ତା ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ପାଇଁ ସିନ୍ଧୁ ଜଣେ ବଡ଼ ଦାବିଦାର। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ୨୧ ବର୍ଷ ବୟସ୍କା ସ୍ମୃତି ମାନ୍ଧାନା ଭାରତୀୟ ମହିଳା କ୍ରିକେଟ ଦଳର ଓପ୍‍ନର। ଗତ ୨ ବର୍ଷ ହେଲା ଆନ୍ତର୍ଜାତିକ ସ୍ତରରେ ମାନ୍ଧାନା ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ପୁଣି ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ମାନ୍ଧାନା ଦିନିକିଆ ମ୍ୟାଚ୍‍ରେ ଦ୍ୱିଶତକ ହାସଲ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଥିଲେ। ପୁଣି ହରମନପ୍ରୀତ କୌରଙ୍କ ସହ ସ୍ମୃତି ମାନ୍ଧାନା ୨ୟ ଭାରତୀୟ ଭାବେ ଅଷ୍ଟ୍ରେଲିଆର ବିଗ୍‍ ବାସ୍‍ ଲିଗ୍‍ ଖେଳିବାର କୃତିତ୍ୱ ହାସଲ କରିଛନ୍ତି। ୨୯ ବର୍ଷ ବୟସ୍କା ଅନୁଷ୍କା ଶର୍ମା ଗତ ଏକ ଦଶନ୍ଧି ହେଲା ବଲିଉଡ୍‍୍‍ରେ ଗୋଟିଏ ପରେ ଗୋଟିଏ ହିଟ୍‍ ଚଳଚ୍ଚିତ୍ରରେ ଅଭିନୟ କରି ଚାଲିଛନ୍ତି। ସେ ବଲିଉଡ୍‍ର ଅନ୍ୟତମ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ। ୨୦୦୭ରେ ଜଣେ ମଡେଲ ଭାବେ କ୍ୟାରିଅର ଆରମ୍ଭ କରିଥିବା ଅନୁଷ୍କା ଶର୍ମା ୨୦୦୮ରେ ‘ରବ୍‍ ନେ ବନାୟା ଯୋଡ଼ି’ ଚଳଚ୍ଚିତ୍ର ଜରିଆରେ ଲୋକଲୋଚନକୁ ଆସିଥିଲେ ଏବଂ ଏହି ଚଳଚ୍ଚିତ୍ର ଲାଗି ଅନୁଷ୍କାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ନିକଟରେ ଅନୁଷ୍କା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କରିଛନ୍ତି। ୨୦ ବର୍ଷ ବୟସ୍କ ପଦ୍ମନାଭ ସିଂହ ଦୀର୍ଘ ୨୦ ବର୍ଷ ପରେ ଭାରତୀୟ ପୋଲୋ ଦଳର ନେତୃତ୍ୱ ନେଇ ଇଂଲଣ୍ଡ ଗସ୍ତରେ ଯାଇଥିଲେ। ପୁଣି ପୋଲୋ ବିଶ୍ୱକପ୍‍ ଖେଳିଥିବା ଭାରତୀୟ ଦଳର ସର୍ବକନିଷ୍ଠ ଖେଳାଳି ହେଲେ ପଦ୍ମନାଭ ଏବଂ ଇଣ୍ଡିଆନ୍‍ ଓପନ୍‍ ପୋଲୋ ପ୍ରତିଯୋଗିତା ଜିତିବାରେ ପଦ୍ମନାଭ ସର୍ବକନିଷ୍ଠ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories