ଫୁଲବାଣୀ: ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ୧୪ତମ ଆଦିବାସୀ ଆଦାନ ପ୍ରଦାନ କାର୍ୟ୍ୟକ୍ରମ ପାଇଁ କନ୍ଧମାଳ ଦଳ ଇନ୍ଦୋର ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ଅବସରରେ ବାଲିଗୁଡା ଟାଉନ ହଲ୍ ସଭାଗୃହରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପ ଜିଲ୍ଲାପାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ୧୨୭ ସିଆରପିଫ ବାଲିଗୁଡାର କମାଣ୍ଡାଣ୍ଟ ଆନନ୍ଦ ଝା, ମାଉଳି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର୍ ରାଘଭେନ୍ଦ୍ର, ଡ. ରାହୁଲ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ ପଂଚାୟତର ସେଶ୍ରା ଗାଁ ଓ ଚଙ୍ଗା ପଦରର ୨୦ ଜଣ ଯୁବକ ଏବଂ ଯୁବତୀ ଏହି କାର୍ଯ୍ୟକ୍ରମ ପାଇଁ ଇନ୍ଦୋର ଯାତ୍ରା କରିଛନ୍ତି। ତାଙ୍କ ସହ ଏସ୍କର୍ଟ ଭାବରେ ସିଆରପିଫ ବାଲିଗୁଡ଼ାର ଲିଲି ଭୋଇ ଓ ସମିରନ୍ ପୋଠକ ଯାଉଛନ୍ତି। ଏହି କାର୍ଯ୍ୟକ୍ରମଟି ୨୦ ମାର୍ଚ୍ଚରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
Popular Categories



