www.samajalive.in
Saturday, December 13, 2025
26.1 C
Bhubaneswar

ପେଟ ଓ ଯକୃତ ରୋଗ ବିଶେଷଜ୍ଞ ସମ୍ବର୍ଦ୍ଧିତ

ଭୁବନେଶ୍ବର: ବିଶି​ଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡା. ଆଶୁତୋଷ ମହାପାତ୍ରଙ୍କୁ କଲକାତାଠାରେ ଇକୋନୋମିକ୍ସ ଟାଇମ୍ସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। କଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇ କମିସନର ମି. ପିଟର କୁକ୍‌ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ପେଟ ଓ ଯକୃତ ରୋଗ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଡା. ମହାପାତ୍ର ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଲୋଜି ଆଣ୍ଡ ଲିଭର ସାଇନ୍‌ସର ପ୍ରତିଷ୍ଠାତା। ସେଠାରେ ଜୁମ୍ କଲୋନୋସ୍କୋପ୍‌, ଏଣ୍ଡୋସାଇଟୋସ୍କୋପ୍‌ ପ୍ରଭୃତି ଅତ୍ୟାଧୁନିକ ଉପକରଣ ଉପଲବ୍ଧ ଥିବାବେଳେ ଜଟିଳ ପେଟ ରୋଗ ଚିକିତ୍ସାରେ ତାଙ୍କର ଅଭିଜ୍ଞତା ରହିଛି। ଜାପାନସ୍ଥିତ ଟୋକିଓରୁ ସେ ପ୍ରଶିକ୍ଷଣପ୍ରାପ୍ତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories