ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ-ନାମାଙ୍କନପତ୍ର ଯାଞ୍ଚ ପରେ କାଏମ ରହିଲା ୪୪ ପ୍ରାର୍ଥୀଙ୍କ ନାମ
ରେଙ୍ଗାଲିକ୍ୟାମ୍ପ:ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୯ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିପରି ୧୫ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରହିଥିଲା। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ମୋଟ ୪୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତ କାଲି ସେମାନଙ୍କ ପ୍ରାର୍ଥୀ ପତ୍ରଗୁଡ଼ିକର ଯାଞ୍ଚ ହୋଇଥିଲା।
ତେବେ ୱାର୍ଡ ନଂ ୫ର ବିଜେଡି ପ୍ରାର୍ଥୀ ରାଜୀବ କହରାଙ୍କ ଜାତିଗତ ପ୍ରମାଣପତ୍ରଟି ଜାଲିଆତି ହୋଇଛି ଏବଂ ସେ ତଫସିଲଭୁକ୍ତ ଜାତି ନ ହୋଇ ମିଥ୍ୟା ସତ୍ୟପାଠ କରିଛନ୍ତି ବୋଲି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା।
ତେଣୁ ୱାର୍ଡ ନଂ ୫ର ବିଜେଡି ପ୍ରାର୍ଥୀ ରାଜୀବ କହରା ଦାଖଲ କରିଥିବା ନାମାଙ୍କନପତ୍ରକୁ ନାକଚ କରିବାକୁ ସେମାନେ ଉପ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟ ଲୁହାଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟାର ଫଳାଫଳ ଝୁଲି ରହିଥିଲା। ସତ୍ୟତା ପ୍ରମାଣ ପାଇଁ ଅତାବିରା ତହସିଲଦାରଙ୍କ ପାଖରୁ ରାଜୀବଙ୍କ ଜାତିଗତ ପ୍ରମାଣ ତଥ୍ୟ ମଗାଯାଇଥିଲା। ଆଜି ସକାଳେ ତହସିଲଦାରଙ୍କ ଠାରୁ ତଥ୍ୟ ମିଳିବା ପରେ ତଥା ସମସ୍ତ ତଦନ୍ତ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଏହି ଯାଞ୍ଚ ପରେ ରାଜୀବ କହରା ଙ୍କ ଜାତିଗତ ପ୍ରମାଣ ପତ୍ର ଟି ସତ୍ୟ ଓ ବିରୋଧୀ ଦଳ ର ଆରୋପ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା।
ସୂଚନା ଯୋଗ୍ୟ ଯେ ରାଜୀବ କହର ଅତାବିରା ବିଜ୍ଞାପନ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନାମ ୫ର ବାସିନ୍ଦା ହୋଇଥିବାବେଳେ ସେ ତଫସିଲଭୁକ୍ତ ଜାତି ଭାବେ ତାଙ୍କର ପ୍ରମାଣପତ୍ର ରହିଛି। ଗତ ୨୦୧୧ ମସିହାରେ ସେ ତାଙ୍କର ଜାତିଗତ ପ୍ରମାଣ ପତ୍ର ପାଇଥିଲେ, ଯାହାକୁ ଭିତ୍ତି କରି କରି ସେ ନାମାଙ୍କନପତ୍ର ଦାଖଲ କରିଥିଲେ। କିନ୍ତୁ ବିରୋଧୀ ଦଳ ନିର୍ବାଚନରେ ହାରିଯିବା ଭୟରେ ଜାତି ପ୍ରମାଣ ପତ୍ରର ଆଳ ଦେଖାଇ ତାଙ୍କୁ ନିର୍ବାଚନରୁ ଓହରିବl ପାଇଁ ପରୋକ୍ଷ ଭାବରେ ଚାପ ସୃଷ୍ଟି କରୁଥିଲେ ବୋଲି ପ୍ରାର୍ଥୀ ରାଜୀବ ପ୍ରକାଶ କରିଛନ୍ତି।
ତେବେ ନାମ ତାଲିକାରେ ୱାର୍ଡ ନଂ ୧ ରେ ଅଣ ସଂରକ୍ଷିତ ସିଟ ପାଇଁ ଶଙ୍ଖ ଚିହ୍ନରେ ସତ୍ୟନାରାୟଣ ମିଶ୍ର, ପଦ୍ମଫୁଲ ଚିହ୍ନରେ ସଂପତ୍ କୁମାର କର, ହାତ ଚିହ୍ନରେ ଦୀପକ ରାୟ,ୱାର୍ଡ ନଂ ୨ ରେ ଅଣ ସଂରକ୍ଷିତ ଭାବରେ ଶଙ୍ଖ ଚିହ୍ନରେ ଶିବାନନ୍ଦ ତ୍ରିପାଠୀ, ପଦ୍ମ ଫୁଲ ଚିହ୍ନ ରେ ଗଣେଶ ଅଗ୍ରୱାଲ, ହାତ ଚିହ୍ନ ରେ ଗୌରୀ ଶଙ୍କର ପଣ୍ଡା ଓ ବାଳକ ବାଳିକା ଚିହ୍ନ ରେ ମହମ୍ମଦ ହନିଫ, ୱାର୍ଡ ନଂ ୩ ରେ ଅଣ ସଂରକ୍ଷିତ ଭାବେ ପଦ୍ମଫୁଲ ଚିହ୍ନରେ କୁନି ସେଠ୍, ଉଡାଜାହାଜ ଚିହ୍ନ ରେ ନରୋତ୍ତମ ପଣ୍ଡା, ଶଙ୍ଖ ଚିହ୍ନ ରେ ନେପାଲ ପ୍ରଧାନ, ହାତ ଚିହ୍ନ ରେ ସରୋଜ କୁମାର ମାଝୀ ଓ ଶଗଡ଼ ଚିହ୍ନ ରେ ସରୋଜ ପ୍ରଧାନ,ୱାର୍ଡ ନଂ ୪ ତପସିଲ ଭୁକ୍ତ ଜାତି(ମହିଳା) ପାଇଁ ହାତ ଚିହ୍ନରେ ତପସ୍ବିନୀ ରୋହିଦାସ, ପଦ୍ମ ଫୁଲ ଚିହ୍ନ ରେ ପଦ୍ମା ବାଗ ଓ ଶଙ୍ଖ ଚିହ୍ନ ରେ ସବିତା ମଲ୍ଲିକ, ୱାର୍ଡ ନଂ ୫ ତଫସିଲଭୁକ୍ତ ଜାତି ପାଇଁ ହାତ ଚିହ୍ନ ରେ ଅକ୍ଷୟ କୁମ୍ଭାର, ଶଙ୍ଖ ଚିହ୍ନରେ ରାଜୀବ କହରା ଓ ପଦ୍ମଫୁଲ ଚିହ୍ନରେ ଶକ୍ତିଦେବ ସାହୁ, ୱାର୍ଡ ନଂ ୬ (ମହିଳା) ରେ ଶଙ୍ଖ ଚିହ୍ନ ରେ ପ୍ରମିଳା ପ୍ରଧାନ, ପଦ୍ମଫୁଲ ଚିହ୍ନରେ ରୀନା ପ୍ରଧାନ ଓ ହାତ ଚିହ୍ନରେ ସରସ୍ବତୀ ରୋହିଦାସ୍ ,ୱାର୍ଡ ନଂ ୭ ଅଣସଂରକ୍ଷିତ ପାଇଁ ହାତ ଚିହ୍ନ ରେ ବଳରାମ ସାହୁ, ପଦ୍ମ ଫୁଲ ଚିହ୍ନରେ ବିକାଶ କୁମାର ଶର୍ମା ଓ ଶଙ୍ଖ ଚିହ୍ନରେ ବିଲୋଷ ଯୋନପୁରୀ ,ୱାର୍ଡ ନଂ ୮ ମହିଳା ପାଇଁ ପଦ୍ମଫୁଲ ଗୋପିକା ପ୍ରଧାନ, ହାତ ଚିହ୍ନରେ ନନ୍ଦିନୀ କୁମ୍ଭାର,ଶଙ୍ଖ ଚିହ୍ନ ରେ ରେଣୁକା ପ୍ରଧାନ ଓ ସାଇକେଲ ଚିହ୍ନ ରେ ସତ୍ୟବତୀ ସାଗର,ୱାର୍ଡ ନଂ ୯ ଅନସଂରକ୍ଷିତ ରେ ପଦ୍ମଫୁଲ ଚିହ୍ନ ରେ ଅକ୍ଷୟ ଗଡତିଆ, ହାତ ଚିହ୍ନ ରେ ଟଙ୍କଧର ପ୍ରଧାନ ଓ ଶଙ୍ଖ ଚିହ୍ନ ରେ ନାରାୟଣ ସାହୁ,ୱାର୍ଡ ନଂ ୧୦ ମହିଳା ସଂରକ୍ଷଣ ପାଇଁ ପଦ୍ମ ଚିହ୍ନ ରେ କୌଶଲ୍ୟା ଭୋଇ, ହାତ ଚିହ୍ନ ରେ ରିଙ୍କୁ ବାଦି, ଶଙ୍ଖ ଚିହ୍ନ ରେ ଶୁରେଖା ବାଗ, ୱାର୍ଡ ନଂ ତପଡ଼ିଲ ଭୁକ୍ତା ଜାତି ପାଇଁ ପଦ୍ମଫୁଲ ରେ ରୀନା ସେଠ ,ଶଙ୍ଖ ଚିହ୍ନ ରେ ଅନୁଶୟା ବିଶ୍ବାଳ ଓ ହାତ ଚିହ୍ନ ରେ ସଂଯୁକ୍ତା ବେହେରା, ୱାର୍ଡ ନଂ ୧୨ ତପସିଲଭୁକ୍ତ ଜନଜାତି ମହିଳା ପାଇଁ ହାତ ଚିହ୍ନରେ ଜନନୀ ଭୁଏ ,ପଦ୍ମ ଚିହ୍ନରେ ଭାଗ୍ୟବତୀ ବରିହା, ଶଙ୍ଖ ଚିହ୍ନରେ ଯମୁନା ଭୁଏ ପ୍ରମୁଖଙ୍କ ନାମ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ତାଲିକାରେ ଘୋଷିତ ହୋଇଛି ।
ଅଧ୍ୟକ୍ଷ ପଦ ପାଇଁ ତପସିଲ ଭୁକ୍ତ ଜନଜାତି ହିସାବରେ ଶଙ୍ଖ ଚିହ୍ନରେ ବନମାଳୀ ବରିହା, ହାତ ଚିହ୍ନ ରେ ସବିତା ଭୁଏ ,ବିଦ୍ୟୁତ୍ ବଲବ ଚିହ୍ନରେ ସାମନ୍ତ ଭୁଏ ଓ ପଦ୍ମଫୁଲ ଚିହ୍ନରେ ଲକ୍ଷ୍ମୀ ବେହେରା ଙ୍କ ନାମ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି।
ଆଜି ଚୂଡାନ୍ତ ନାମ ତାଲିକା ଘୋଷିତ ହେବା ପରେ ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜର ଦଳୀୟ ସମର୍ଥକ ମାନଙ୍କୁ ନେଇ ନିର୍ବାଚନ ଲଢେଇ ପାଇଁ ରଣ କୌଶଳ ପ୍ରସ୍ତୁତ କରିବାରେ ତତ୍ପର ହୋଇ ପଡିଲେଣି । ଆସନ୍ତା ୨୦ ତାରିଖ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ତାରିଖ ଧାର୍ଯ୍ୟ ରହିଛି। ଏହା ପରେ କିଏ ରହିବ ଓ କିଏ ଓହରିବ ଜଣାପଡ଼ିବ।
Comments are closed.