www.samajalive.in
Saturday, December 13, 2025
26.1 C
Bhubaneswar

ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ବ୍ୟବସ୍ଥା। ଟିମ୍‌ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ୍‌, ଟାଇମଲିମିଟ ଆଦି ୫ଟି ନିୟମକୁ ଆଧାର କରି କିଭଳି ରାଜ୍ୟ ସରକାର ସେବା ଯୋଗାଉଛନ୍ତି, ତାହାକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଚାର୍ଯ୍ୟ ବିହାର ସ୍ଥିତ ଓକାକ୍‌ ଟାୱାର ପରିସରରେ ପରିଚାଳିତ ‘ମୋ ସରକାର’ ଟେଲି ସେଣ୍ଟର ପରିଦର୍ଶନରେ ଯାଇଥିଲେ।

‘ମୋ ସରକାର’ର ଟୋଲ ଫ୍ରି ନମ୍ବର ୧୪୫୪୫ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ହେଲପଲାଇନ ନମ୍ବର ୧୫୫୩୬୯ ମାଧ୍ୟମରେ ସାଧାରଣ ଜନତାଙ୍କର ସମସ୍ୟାର ସମାଧାନ, ଅଭିଯୋଗ ଗ୍ରହଣ, ପଞ୍ଜିକରଣ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ହୃଦୟଙ୍ଗମ କରି ଶ୍ରୀ ପଟ୍ଟନାୟକ ଏହାର ପ୍ରଶଂସା କରିଥିଲେ। ମମତା, କାଳିଆ, ନାଗରିକ ସେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଭଳି ୩୧ ଟି ବିଭାଗର ୨୮୫ ପ୍ରକାର ସେବା ଯୋଗାଇବା ଦିଗରେ ଏହି ବ୍ୟବସ୍ଥା ବେଶ ସହାୟକ ହୋଇପାରିଛି।

- Advertisement -

ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ କିଭଳି ଅଧିକ ସୁଦୃଢ କରାଯାଇ, ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ରାଜ୍ୟ ଶୀର୍ଷସ୍ଥାନ ନେଇପାରିବ ସେ ଦିଗରେ ଅଧିକ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସାଧାରଣ ଜନତାଙ୍କ ପାଇଁ କରାଯାଇଥିବା ଏହି ସବୁ ବ୍ୟବସ୍ଥା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପରିଦର୍ଶନ ସମୟରେ ‘ମୋ ସରକାର’ ପରିଚାଳନା କେନ୍ଦ୍ର ତଥା ଓକାକ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories