www.samajalive.in
Saturday, December 13, 2025
26.1 C
Bhubaneswar

କାର୍ଯ୍ୟରତ କନେଷ୍ଟବଳଙ୍କୁ ଧକ୍କା ଦେଲା ଟ୍ରକ – ଘଟଣାସ୍ଥଳରେ ମୃତ୍ୟୁ

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣାରେ ଘଟିଛି ଅଭାବନୀୟ ଘଟଣା ।
ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ (୫୫) ଶନିବାର ଦିନ ସାଢ଼େ ୧୦ଟା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ସେ କାର୍ଯ୍ୟରତ ଅବସ୍ଥାରେ ତୁରୁମୁଙ୍ଗା ବଜାର ଅଞ୍ଚଳ ରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ଵକୁ ସାଇକେଲ ଧରି ଯାଉଥିବା ବେଳେ କୋଲକାତାରୁ କେନ୍ଦୁଝର ଯାଉଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଛି । ଘଟଣା ସ୍ଥଳରେ ସେ ପ୍ରାଣ ହରାଇଛନ୍ତି। ତାଙ୍କୁ ତୁରନ୍ତ ଖିରେଇଟାଙ୍ଗିରୀ ପଥକର ଫାଟକ ରୋଗୀ ଯାନରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

- Advertisement -

ଘଟଣାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ କନେଷ୍ଟବଳଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଦାମୁଡ଼ିଗୋଡା ଗ୍ରାମର ବୋଲି ଜଣାପଡିଛି। ଗତ ୨ବର୍ଷ ହେଲା ସେ ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ପତ୍ନୀ ଙ୍କ ସହ ସେ ଏଠାରେ ଭଡ଼ା ଘରେ ରହୁଥିଲେ। ଘଟଣା ଘଟିବା ପରେ ପରେ ତୁରୁମୁଂଗା ଥାନାଧିକାରୀ ମଦନ ମୋହନ ନାଏକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଲୋକ ମାନଙ୍କୁ ନିବେଦନ କରୁଥିବା ଦେଖାଯାଇଛି। ଦୁର୍ଘଟଣା ସ୍ଥଳ ନିକଟରେ ହମ୍ପସ ନିର୍ମାଣ ଓ ମୃତକ ଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦିଆଯିବାକୁ ଲୋକ ମାନେ ଅଡ଼ି ବସିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories