www.samajalive.in
Sunday, December 14, 2025
26.1 C
Bhubaneswar

ରବିବାର ପୂର୍ବାହ୍ନ ୧୧ ଟା ୩୦ମିନିଟରେ ବାରୁଣୀ ବୁଡ

ଗୁରୁଡ଼ିଝାଟିଆ: ମହାନଦୀର ସିଦ୍ଧନାରାୟଣୀ ଘାଟରେ ରବିବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ମହାବାରୁଣୀ ବୁଡ ଅନୁଷ୍ଠିତ ହେବ। ଆଠଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁଣୀଥାନା ଅଧିନ ବ୍ରହ୍ମପୁର ଗ୍ରାମର ମହାନଦୀକୂଳସ୍ଥ ସିଦ୍ଧନାରାୟଣୀ ଘାଟରେ ପ୍ରଭୂ ଧବଳେଶ୍ୱର, ସର୍ପେଶ୍ୱରଙ୍କ ସହିତ ୧୫ଟି ଗ୍ରାମର ବିମାନରୁଢ ଦିଅଁ ମହାନଦୀରେ ସ୍ନାନ କରିବେ। ଏ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବ ଚୂଡାନ୍ତ ହୋଇଛି। ବାରୁଣୀ ବୁଡ ପକାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଦାଳୁମାନେ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅଗ୍ନିସମ ସେବା ବିଭାଗର କର୍ମଚାରୀମାନେ ମହାନଦୀ ଘାଟରେ ଆପତକାଳୀନ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବା ସହିତ ଖୁଣ୍ଟୁଣୀ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛି। ପ୍ରକାଶଯୋଗ୍ୟ ମହାନଦୀର ବାରୁଣୀଘାଟ ଠାରେ ପ୍ରବାହମାନ ଜଳରାଶି ନିମ୍ନରୁ ଊର୍ଦ୍ଧ୍ବଗାମୀ ହୋଇଥାଏ। ବିଶ୍ୱାସ କରାଯାଏ ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ ନଦୀର ବିପରୀତ ପାର୍ଶ୍ବରେ ଥିବା ସିଦ୍ଧେଶ୍ବର ମହାଦେବଙ୍କ ନିକଟରେ ଯଜ୍ଞ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଏକ ପବିତ୍ରସ୍ଥାନରେ ସ୍ନାନ କରିବା ପାଇଁ ମହାନଦୀର କୂଳେ କୂଳେ ଭ୍ରମଣ କରିବା ସମୟରେ ବ୍ରହ୍ମପୁର ଗ୍ରାମର ସିଦ୍ଧନାରାୟଣୀ ଘାଟରେ ମହାନଦୀର ଜଳରାଶି ନିମ୍ନରୁ ଉର୍ଦ୍ଧଗାମୀ ହେଉଥିବା ଦେଖି ସ୍ନାନ କରିଥିଲେ। ବହୁ ପ୍ରାଚୀନ କାଳରୁ ମହାନଦୀର ବାରୁଣୀ ଘାଟରେ ବାରୁଣୀସ୍ନାନ ଅନୁଷ୍ଠିତ ହେଉଅଛି। କଖଡିଠାରେ ପ୍ରଭୂ ଧବଳେଶ୍ୱର,ସର୍ପେଶ୍ୱର ଙ୍କ ସହ ହରିହର ଭେଟ ହେବା ସଂଗେ ସଂଗେ ବିମାନରୁଢ ଦିଅଁମାନଙ୍କୁ ଭୋଗ ଅର୍ପଣ ପରେ ମହାନଦୀର ବାରୁଣୀଘାଟକୁ ଯାଇ ସ୍ନାନ କରିଥାନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories